Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11872

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ଅସହ୍ୟ ହେବାରେ ଲାଗିଛି ଗରମ। ରାଜ୍ୟବାସୀ ଅସମ୍ଭାଳ ଖରା ତାତିରେ ଆଉଟୁପାଉଟୁ ହେଉଛନ୍ତି। ଆଗକୁ ଆହୁରି ତାପମାତ୍ରାରେ ବୃଦ୍ଧି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି ସୋନପୁର। ଏଠାରେ ତାପମାତ୍ରା ୪୪.୪ ଡିଗ୍ରୀ ରେକର୍ଡ କରାଯାଇଛି।

ରାଜ୍ୟର ୯ଟି ସହରରେ ଦିନର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ରାଜ୍ୟର ୨୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ରହିଥିବା ଜଣାପଡ଼ିଛି। ଆଗକୁ ଦିନର ତାପମାତ୍ରାରେ ବୃଦ୍ଧି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍ ଅନୁସାରେ ଭୁବନେଶ୍ୱରରେ ୩୭.୬ ଡିଗ୍ରୀ, ବାଲେଶ୍ୱରରେ ୩୬.୦ ଡିଗ୍ରୀ, ଚାନ୍ଦବାଲିରେ ୩୮.୭ ଡିଗ୍ରୀ, କଟକରେ ୩୭.୦ ଡିଗ୍ରୀ, ପାରାଦୀପରେ ୩୩.୫ ଡିଗ୍ରୀ, ଗୋପାଳପୁରରେ ୩୦.୧ ଡିଗ୍ରୀ, ପୁରୀରେ ୩୨.୬ ଡିଗ୍ରୀ, ଅନୁଗୁଳରେ ୪୩.୧ ଡିଗ୍ରୀ, ବାରିପଦାରେ ୪୧.୦ ଡିଗ୍ରୀ, ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ, କେନ୍ଦୁଝରରେ ୪୦.୨ ଡିଗ୍ରୀ, ସମ୍ୱଲପୁରରେ ୪୨.୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସୁନ୍ଦରଗଡ଼ରେ ୪୨.୫ ଡିଗ୍ରୀ, ହୀରାକୁଦରେ ତାପମାତ୍ରା ୪୧.୬ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି ଭବାନୀପାଟଣାରେ ୪୨.୦ ଡିଗ୍ରୀ, ବଲାଙ୍ଗିରରେ ୪୪.୩ ଡିଗ୍ରୀ, କୋରାପୁଟରେ ୩୬.୨ ଡିଗ୍ରୀ, ଫୁଲବାଣୀରେ ୩୯.୪ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ତାଳଚେରରେ ୪୦.୬ ଡିଗ୍ରୀ, ଛତ୍ରପୁରରେ ୩୩.୦ ଡିଗ୍ରୀ, ରାୟଗଡ଼ାରେ ୩୮.୬ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଭଦ୍ରକରେ ୪୦.୦ ଡିଗ୍ରୀ, ଢେଙ୍କାନାଳରେ ୪୦.୦ ଡିଗ୍ରୀ, ଦେବଗଡ଼ରେ ୪୨.୦ ଡିଗ୍ରୀ, ବରଗଡ଼ରେ ୪୦.୫ ଡିଗ୍ରୀ, ନୂଆପଡ଼ା ଜିଲ୍ଲାରେ ତାପମାତ୍ରା ୪୧.୦ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି।

ଏହା ସହିତ ନବରଙ୍ଗପୁରରେ ୩୭.୪ ଡିଗ୍ରୀ, ଖୋର୍ଦ୍ଧାରେ ୪୦.୦ ଡିଗ୍ରୀ, ଜଗତସିଂହପୁରରେ ୩୫.୦ ଡିଗ୍ରୀ, ସୋନପୁରରେ ୪୪.୪ ଡିଗ୍ରୀ, ବୌଦ୍ଧରେ ୪୩.୦ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୩୫.୦ ଡିଗ୍ରୀ, ପାରଳାଖେମୁଣ୍ଡିରେ ୪୧.୦ ଡିଗ୍ରୀ ଏବଂ ମାଲକାନଗିରିର ତାପମାତ୍ରା ୪୦.୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

Tags: #Weather #Summer #HeatWave

The post ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ଆହୁରି ଅସହ୍ୟ ହେବ appeared first on OdishaLIVE.


Viewing all articles
Browse latest Browse all 11872

Latest Images

Trending Articles



Latest Images