ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୀଠାରେ ପ୍ରତିଷ୍ଠିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି। ମେଡିକାଲ କଲେଜ ଉଦ୍ଘାଟନ ପରେ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।
ପ୍ରଥମ ବ୍ୟାଚରେ ମେଡିକାଲ କଲେଜର କ୍ଷମତା ଅନୁସାରେ ମୋଟ ୧୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏମାନଙ୍କ ମଧ୍ୟରେ ୭୦ ଜଣ ଛାତ୍ର ଏବଂ ୩୦ ଜଣ ଛାତ୍ରୀ ରହିଛନ୍ତି। ଏହି ମେଡିକାଲ କଲେଜରେ ୧୫୦ ପ୍ରଫେସର, ରିଡର ଏବଂ ବିଶେଷଜ୍ଞ ନିଯୁକ୍ତ ହୋଇଛନ୍ତି। କଲେଜରେ ୪୫୦ ଜଣ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ୫ ମହଲା ବିଶିଷ୍ଟ ହଷ୍ଟେଲ ସୁବିଧା କରାଯାଇଛି। ନବନିର୍ମିତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ନିକଟରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ କରାଯାଉଛି।

ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭିକେ ପାଣ୍ଡିଆନ ଉପସ୍ଥିତ ଥିଲେ। ଏହି ଅବସରରେ ଭର୍ଚୁଆଲ ମୋଡରେ ଉପସ୍ଥିତ ଥିଲେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ। ଏକ ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗ୍ରସ୍ତରେ ଯାଇ ଶ୍ରୀଜଗନ୍ନାଥ ମେଡିକାଲ କଲେଜ କ୍ୟାମ୍ପସରେ ଅବତରଣ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ମେଡିକାଲ କଲେଜର ଉଦ୍ଘାଟନ କରିଥିଲେ।
ଉଦ୍ଘଟନ ପୂର୍ବରୁ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ କେ.ବିଶାଲ ସିଂ ଏବଂ ଅନ୍ୟ ଅଧିକାରୀମାନେ ମେଡିକାଲ କ୍ୟାମ୍ପସ ବୁଲି ଦେଖିବା ସହ ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଯୋଗୁଁ ପୋଲିସ୍ ଏବଂ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।
Tags: #CMNaveenPatnaik #ShreeJagannathMedicalCollege #Inauguration #MedicalStudents #CMOdisha
The post ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ appeared first on OdishaLIVE.





