Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଖବର ବିଶ୍ଲେଷଣ – ରାଜ୍ୟରୁ ତୁଟୁନି ଟିକା ଅଭାବୀ ସମସ୍ୟା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ସମୟରେ ଟିକାର ଅଭାବ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଟିକା ପାଇଁ ଲୋକଙ୍କୁ ରାତି ଅନିଦ୍ରା ହେବାକୁ ପଡୁଛି। ଏହା ଯେତିକି ଦୁଃଖଦ ସେତିକି ଚିନ୍ତାଜନଜ ମଧ୍ୟ। କରୋନା ଟିକା ନେବା ପାଇଁ ସାରା ରାତି ଟିକାକରଣ କେନ୍ଦ୍ର ଆଗରେ ଧାଡି ବାନ୍ଧି ଛିଡ଼ାହେବାକୁ ପଡୁଛି। ଏଭଳି ଏକ ଖବର ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ ଆସିଛି।

ଏହିଭଳି ଘଟଣା ହୁଏତ ରାଜ୍ୟର ଅନ୍ୟ ଜିଲ୍ଲାରେ ବି ଘଟୁଥାଇପାରେ। ଖବର ଅନୁସାରେ, ଖଲ୍ଲିକୋଟର କଲ୍ୟାଣ ମଣ୍ଡପ ଓ ଏସଏମ୍ ହାଇସ୍କୁଲରେ ଚାଲିଥିବା ଟିକାକରଣ କେନ୍ଦ୍ର ଆଗରେ ରାତି ଅଧରୁ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଖଲ୍ଲିକୋଟରେ ୩ଟି ଟିକା କେନ୍ଦ୍ରରେ ଟିକାକରଣ ଜାରି ରହିଥିବାବେଳେ ୧୮-୪୪ ବର୍ଷର ଯୁବପୀଢି ଟିକା ନେବା ପାଇଁ ଭିଡ଼ ଜମାଉଛନ୍ତି।ଦୈନିକ ଦୁଇଟି ପର୍ଯ୍ୟାୟରେ ଟିକା ଦିଆଯାଉଛି। ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଡୋଜ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଦ୍ୱିତୀୟ ଡୋଜ ଟିକା ଦିଆଯାଉଛି। ତେବେ, ଟିକା ନେବାପାଇଁ ଶହ ଶହ ଲୋକେ ରାତି ୧୨ଟାରୁ ଧାଡି ବାନ୍ଧି ଅପେକ୍ଷା କରିବା କେବଳ ଟିକାକରଣର ଦୁର୍ବଳ ଦିଗକୁ ପଦାରେ ପକାଇବା ସହ ଟିକାର ଗୁରୁତ୍ୱକୁ ମଧ୍ୟ ହ୍ରାସ କରୁଛି। ଏଭଳି ଭିଡ଼ ଜମାଇବା ଦ୍ଵାରା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ରହୁଛି।

ଅନ୍ୟପଟେ ରାଜ୍ୟର କରୋନା ସଂକ୍ରମଣ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ପୂର୍ବ ଦାବିକୁ ଦୋହରାଇଛନ୍ତି। ମୋଟ ଟିକାରୁ ସରକାରୀ ହସ୍ପିଟାଲକୁ ୯୫ ପ୍ରତିଶତ ଟିକା ଓ ଘରୋଇ ହସ୍ପିଟାଲକୁ ୫ପ୍ରତିଶତ ଟିକା ଦେବାକୁ ଦାବି କରିଛନ୍ତି ନବୀନ। ଏହି ଅନୁପାତରେ ଟିକା ଦେଲେ ରାଜ୍ୟରେ ଟିକାକରଣର ଗତି ବଢ଼ିବ ଏବଂ ସମସ୍ତ କେନ୍ଦ୍ରରେ ସଠିକ୍ ଭାବେ ଟିକାକରଣ କରିହେବ।ସେପଟେ ରାଜ୍ୟ ସରକାରଙ୍କୁ ୭୫ପ୍ରତିଶତ ଓ ଘରୋଇ ହସ୍ପିଟାଲ ପାଇଁ ୨୫ପ୍ରତିଶତ ଟିକା ଯୋଗାଇ ଦେବାକୁ ଆବଣ୍ଟନ ନୀତି ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସରକାର। ନବୀନଙ୍କ ଯୁକ୍ତି, ରାଜ୍ୟରେ କମ୍ ସଂଖ୍ୟକ ଘରୋଇ ହସ୍ପିଟାଲ ଅଛି ଓ ଏହି ହସ୍ପିଟାଲଗୁଡ଼ିକ ୨୫ପ୍ରତିଶତ ଟିକା ଦେଇ ପାରୁନାହାନ୍ତି। ଜନସାଧାରଣ ଟିକା ପାଇଁ ଘରୋଇ ହସ୍ପିଟାଲ ତୁଳନାରେ ସରକାରୀ ହସ୍ପିଟାଲ ଉପରେ ଅଧିକମାତ୍ରାରେ ନିର୍ଭର କରୁଛନ୍ତି। ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ଶୀଘ୍ର ଗ୍ରହଣ କରିବା ଦରକାର। ଯାହାଫଳରେ ଖଲ୍ଲିକୋଟ ଭଳି ଘଟଣା ରାଜ୍ୟର ଅନ୍ୟ ଅଞ୍ଚଳରେ ଦେଖିବାକୁ ନ ମିଳୁ।

The post ଖବର ବିଶ୍ଲେଷଣ – ରାଜ୍ୟରୁ ତୁଟୁନି ଟିକା ଅଭାବୀ ସମସ୍ୟା appeared first on OdishaLIVE.


Viewing all articles
Browse latest Browse all 11715

Trending Articles