Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବରିଷ୍ଠ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚିତ ହୋଇଯାଇଛି। ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ପୁସ୍ତକଟି ଉନ୍ମୋଚନ କରିଛନ୍ତି। ଏଥିସହ ଲେଖକଙ୍କ ଏ ପହିଲି ସାରସ୍ଵତ ପ୍ରୟାସର ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଉନ୍ମୋଚନ ସମୟରେ ଲେଖକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

୨୦୦ ପୃଷ୍ଠା ସମ୍ବଳିତ ଏ ଗଳ୍ପ ସଂକଳନରେ ମୋଟ ୨୨ଟି ଗଳ୍ପ ରହିଛି। ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ବେଶ୍‌ ପାଠକୀୟ ଶ୍ରଦ୍ଧା ସାଉଁଟିଥିବା ଏ କାହାଣୀ ସବୁରେ ଗ୍ରାମ୍ୟ ଓ ସହରୀ ଜୀବନର ଦ୍ଵନ୍ଦ୍ଵ, ସାଧାରଣ ମଣିଷର ପୀଡ଼ା ଓ ପୁଲକ ସାଙ୍ଗକୁ ମାନବୀୟ ସମ୍ବେଦନାର ସ୍ପଷ୍ଟ ପରିପ୍ରକାଶ ଦେଖିବାକୁ ମିଳିଛି।

ମାଟିର ମହକରେ ନିଜକୁ ହଜାଇ ଦେଇଥିବା ପ୍ରଦୀପ୍ତ ତାରି ଭିତରେ ହିଁ ଶାଶ୍ଵତର ସନ୍ଧାନ କରି ନିଜର ପରିଚୟ ସୃଷ୍ଟି କରିଛନ୍ତି ଓ ନିଜର ଜୀବନାନୁଭୂତିକୁ ସାହିତ୍ୟ ରଙ୍ଗରେ ରଙ୍ଗାଇଛନ୍ତି। ‘ମାଟିଘୋଡା’ ସମେତ ‘ମାଟି ସିଲଟର ପୃଥିବୀ’, ‘ମାଟିଘଟର ଜୀବନ’ ଓ ‘ନିଜ ମାଟିର ଗନ୍ଧ’ ଆଦି ଗଳ୍ପ ସଂକଳନ କରିଛନ୍ତି ଲେଖକ ପ୍ରଦୀପ୍ତ ମହାପାତ୍ର।

The post ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟିଘୋଡ଼ା’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles