ଓଡ଼ିଶାଲାଇଭ୍ ବ୍ୟୁରୋ![]()
ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସାମ୍ବାଦିକତା କ୍ଷେତ୍ର ପ୍ରତି ତାଙ୍କ ଅବଦାନ ସର୍ବଦା ସ୍ମରଣୀୟ ବୋଲି ସେ ମଧ୍ୟ କହିଛନ୍ତି।
ଏକ ସଡ଼କ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ମୃତ୍ୟୁ ହୋଇଯାଇଛି। ରବିବାର ସନ୍ଧ୍ୟା ପ୍ରାୟ ୭ଟାରେ ଯାଆଁଳା ମେଡିକାଲ ସମ୍ମୁଖରେ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ଯାଆଁଳା ପୋଲିସ ପକ୍ଷରୁ ସୂଚନା ମିଳିଥିଲା। ମୃତ୍ୟୁବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ପ୍ରେସ ଟ୍ରଷ୍ଟ ଅଫ୍ ଇଣ୍ଡିଆରୁ ନିଜର କ୍ୟାରିୟର ଆରମ୍ଭ କରି ବିଭିନ୍ନ ପ୍ରତିଷ୍ଠିତ ଗଣମାଧ୍ୟମରେ ସାମ୍ବାଦିକତା କରିଥିଲେ ସାମ୍ବାଦିକ ଜୀମୂତ ମଙ୍ଗରାଜ।
ବିଜୁ ପଟ୍ଟନାୟକଙ୍କ ରାଜନୀତି ସମ୍ପର୍କରେ ସେ ଅନେକ ପୁସ୍ତକ ମଧ୍ୟ ଲେଖିଛନ୍ତି। ତାଙ୍କ ପ୍ରଥମ ପୁସ୍ତକ ଥିଲା ‘ମୁହାଁମୁହିଁ’। ଏହି ପୁସ୍ତକରେ ସେ ବିଜୁ ବାବୁଙ୍କଠାରୁ ଆରମ୍ଭ କରି ନନ୍ଦିନୀ ଶତପଥୀ, ଜାନକୀ ପଟ୍ଟନାୟକ, ଗିରିଧର ଗମାଙ୍ଗ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ସମ୍ପର୍କରେ ଲେଖିଛନ୍ତି। ରାଜ୍ୟର ପ୍ରଥମ ରାଜନୈତିକ ଖବରକାଗଜ ‘ନେତା’ର ସମ୍ପାଦକ ଥିଲେ ଜୀମୂତ ମଙ୍ଗରାଜ। ସେହିପରି ସେ ୩ଟି ପିଏଚଡି ଡିଗ୍ରୀ ହାସଲ କରିଥିଲେ।
The post ବରିଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ appeared first on OdishaLIVE.