Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଦେଇପାରିବେ ପରୀକ୍ଷା –ଗଣଶିକ୍ଷା ମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅସନ୍ତୁଷ୍ଟ ଛାତ୍ରାଛାତ୍ରୀ ଆଉଥରେ ଦେଇପାରିବେ ପରୀକ୍ଷା
  • ଜୁଲାଇ ୫ରୁ ଫର୍ମ ଫିଲ୍‌ଅପ୍ ହେବ
  • ପରୀକ୍ଷା ଫଳ ବାହାରିବା ଯାଏଁ ଖୋଲା ରହିବ ସାମ୍‌ସ ପୋର୍ଟାଲ

ଆଜି ରାଜ୍ୟରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି। ତେବେ ଯେଉଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳକୁ ନେଇ ଅସନ୍ତୁଷ୍ଟ ଅଛନ୍ତି, ସେମାନଙ୍କୁ ଆଉଥରେ ପରୀକ୍ଷା ଦେବାର ସୁବିଧା ଦିଆଯିବ। କୋଭିଡ୍ ସ୍ଥିତି ସୁଧୁରିବା ପରେ ଅଫ୍‌ଲାଇନ୍ ବ୍ୟବସ୍ଥାରେ ସେମାନେ ପରୀକ୍ଷା ଦେଇପାରିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।Samir Dashମନ୍ତ୍ରୀ କହିଛନ୍ତି ଯେ, ଯେଉଁ ଛାତ୍ରଛାତ୍ରୀମାନେ ଚାହିଁବେ ସେମାନେ ଅଫ୍‌ଲାଇନ୍ ମାଧ୍ୟମରେ ଆଉଥରେ ପରୀକ୍ଷା ଦେଇପାରିବେ। କୋଭିଡ୍ ସ୍ଥିତି ସୁଧୁରିବା ପରେ ପରୀକ୍ଷା ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ଜୁଲାଇ ୫ରେ ଫର୍ମ ଫିଲ୍‌ଅପ୍ ପାଇଁ ବିଜ୍ଞପ୍ତି ବାହାରିବ। ତେବେ ପରୀକ୍ଷା କେଉଁ ପ୍ରକାରେ ହେବ ସେନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।

ଅଫ୍‌ଲାଇନ୍‌ରେ ଆଉଥରେ ପରୀକ୍ଷା ଦେବା ପରେ ଯେଉଁ ଫଳ ବାହାରିବ ତାହା ଯୁକ୍ତ ୨ ନାମଲେଖାରେ ବ୍ୟବହାର ହେବ କି ନାହିଁ ବୋଲି ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଶଙ୍କା ରହିଛି ତାହାକୁ ସ୍ପଷ୍ଟ କରି ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ଆଉଥରେ ପରୀକ୍ଷା ଦେଇସାରିବା ପରେ ସେମାନଙ୍କ ଫଳ ବାହାରିବା ପର୍ଯ୍ୟନ୍ତ ସାମ୍‌ସ ପୋର୍ଟାଲ ଖୋଲା ରହିବ। ଫଳରେ ସେମାନଙ୍କ ଶେଷ ପରୀକ୍ଷା ଫଳ ପୋର୍ଟାଲରେ ଅପ୍‌ଲୋଡ୍ ହୋଇପାରିବ ଏବଂ ସେହି ମାର୍କ ଆଧାରରେ ସେମାନେ ଯୁକ୍ତ ୨ରେ ନାମ ଲେଖାଇ ପାରିବେ।ଆଜି କଟକସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ପ୍ରକାଶ କରିଛନ୍ତି। ଚଳିତବର୍ଷ ମୋଟ ପାସ୍‌ ହାର ୯୭.୮୯ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଏବର୍ଷ ୧୯.୧୩ ପ୍ରତିଶତ ପାସ୍ ହାର ବଢ଼ିଛି। ଏବର୍ଷ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫ ଲକ୍ଷ ୬୨ ହଜାର ୧୦ ଜଣ ପାସ୍ ହୋଇଛନ୍ତି। ତେବେ ଏବର୍ଷ ମଧ୍ୟ ଛାତ୍ରୀମାନେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ଚଳିତବର୍ଷ ୨,୮୧,୬୫୮ ଛାତ୍ରୀ ପାସ୍ କରିଥିବା ୨,୮୦,୩୫୨ ଜଣ ଛାତ୍ର ପାସ୍ କରିଛନ୍ତି।

The post ମାଟ୍ରିକ ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫ୍‌ଲାଇନରେ ଦେଇପାରିବେ ପରୀକ୍ଷା – ଗଣଶିକ୍ଷା ମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles