Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ୟୁନିସେଫ୍‌ ସହଯୋଗିତାରେ ଓଡ଼ିଶାଲାଇଭ୍‌ ଓ ସ୍ୱାସ୍ଥ୍ୟ ପ୍ଲସ୍‌ର ମିଳିତ କୋଭିଡ୍ ସଚେତନତା କ୍ୟାମ୍ପେନ୍
  • ନଲେଜ୍ ପାର୍ଟନର ‘ମୋ କଲେଜ’ ଅଭିଯାନ
  • ଭିଡିଓ ସିରିଜରେ ଏଥରର ପ୍ରସଙ୍ଗ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’
  • ଆସନ୍ତାକାଲି ଦିନ ୧୨.୩୦ଟାରେ ଦେଖନ୍ତୁ ଡିଡି ଓଡ଼ିଆରେ

କରୋନା ମହାମାରୀର ଏହି ସଙ୍କଟ ସମୟ ସମସ୍ତଙ୍କ ଆଗରେ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ ମଧ୍ୟ ତା’ଭିତରେ ନିରନ୍ତର ଚାଲିଛି ବିଭିନ୍ନ ଜନକଲ୍ୟାଣ ଯୋଜନା। ଶିଶୁ, ମହିଳା, ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ସାଧାରଣ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ଜରୁରୀ ସେବାଗୁଡ଼ିକ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ‘କେତେ ନୂଆ ବାଟ ସିଜିନ୍‌ ୨’ ଭିଡିଓ ସିରିଜର ତୃତୀୟ ଅଧ୍ୟାୟରେ ପ୍ରସଙ୍ଗ ରହିଛି ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’।

ଆସନ୍ତାକାଲି ଦିନ ୧୨ଟା ୩୦ରେ ଡିଡି ଓଡ଼ିଆରେ ଆପଣ ଦେଖିପାରିବେ ‘କେତେ ନୂଆ ବାଟ ସିଜିନ୍‌ ୨’ର ତୃତୀୟ ଭିଡିଓ ସିରିଜ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’। ଏହାଛଡ଼ା ସ୍ୱାସ୍ଥ୍ୟପ୍ଲସ୍‌ ଏବଂ ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଏବଂ ଫେସ୍‌ବୁକ୍‌ ଭଳି ସୋସିଆଲ ମିଡିଆ ଚ୍ୟାନେଲଗୁଡ଼ିକରେ ମଧ୍ୟ ଏହାର ପ୍ରସାରଣ କରାଯିବ।

ୟୁନିସେଫ୍‌ ସହାୟତାରେ ଓଡ଼ିଶାଲାଇଭ୍‌ ଏବଂ ସ୍ୱାସ୍ଥ୍ୟପ୍ଲସ୍‌ର ମିଳିତ ମିଡିଆ କ୍ୟାମ୍ପେନ ‘କେତେ ନୂଆ ବାଟ ସିଜିନ୍‌ ୨’ରେ ରାଜ୍ୟ ସରକାରଙ୍କ ‘ମୋ କଲେଜ’ ଅଭିଯାନ ନଲେଜ ପାର୍ଟନର ଭାବେ ଯୋଡ଼ି ହୋଇଛି। ଭିଡିଓ ସିରିଜର ତୃତୀୟ ଅଧ୍ୟାୟରେ ସାମିଲ ହୋଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ, ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ, ୟୁନିସେଫ୍‌ ଓଡ଼ିଶା ମୁଖ୍ୟ ମୋନିକା ନେଲସନ୍‌, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପଲାଶ ଦାସ, ବ୍ରହ୍ମାକୁମାରୀ ଦୁର୍ଗେଶ ନନ୍ଦିନୀ, ଅଙ୍ଗନବାଡ଼ିକର୍ମୀ ଛାୟା ମହାନନ୍ଦ ଓ ସ୍ୱେଚ୍ଛାସେବୀ ଡିମ୍ପଲ ନାଗ।

ଏହା ଛଡ଼ା କୋଭିଡ୍ ସମୟରେ କେମିତି ଆହାର କେନ୍ଦ୍ର ଚାଲିଛି, ନୂଆ ଟିକା ନୀତି ଲାଗୁ ହେବା ପରେ ଟିକା ନେବାକୁ ଲୋକମାନଙ୍କ ଭିତରେ କିଭଳି ଉତ୍ସାହ ରହିଛି ଏହି ଅଧ୍ୟାୟରେ ଆପଣ ଦେଖିବାକୁ ପାଇବେ।

କୋଭିଡ୍‌-୧୯ ଭଳି ଏକ ଜଟିଳ ସମୟରେ କିଛି ନୂଆ ସୂଚନା, କିଛି ସାହସ ଓ କିଛି ସକରାତ୍ମକ ବାର୍ତ୍ତା ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ‘କେତେ ନୂଆ ବାଟ ସିଜିନ ୨’। ଏଥିରେ ରହିଛି କୋଭିଡ୍‌ ମୁକାବିଲା ସମ୍ପର୍କରେ ନୂଆ ଦିଗ ଓ ତଥ୍ୟ, ଏହି ଲଢ଼େଇରେ ଆଗଧାଡ଼ିରେ ଥିବା ପ୍ରମୁଖ ବ୍ୟକ୍ତିଙ୍କ ସହ ସାକ୍ଷାତକାର, କୋଭିଡ୍‌ ହିରୋଙ୍କ କାହାଣୀ, ସ୍ୱାସ୍ଥ୍ୟ ପରାମର୍ଶ ଓ ଆହୁରି ଅନେକ କିଛି।

ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ ଏହି କାର୍ଯ୍ୟକ୍ରମର ଉପସ୍ଥାପକ ଓ ପ୍ରଯୋଜକ ଅଛନ୍ତି।

ଭିଡିଓ ସିରିଜ ଛଡ଼ା ‘କେତେ ନୂଆ ବାଟ ସିଜିନ ୨’ ଅଭିଯାନ ଅଧୀନରେ ପ୍ରତି ୧୫ ଦିନରେ ଥରେ, ରବିବାର ବିଭିନ୍ନ ବିଷୟରେ ଅଡିଓ ସିରିଜ ଓଡ଼ିଶାର ସମସ୍ତ ଆକାଶବାଣୀ କେନ୍ଦ୍ରରେ ଓ ରେଡିଓ ଚକଲେଟ୍ ୧୦୪ ଏଫ୍‌ଏମରେ ପ୍ରସାରିତ ହେଉଛି। ସେହି ଅଡିଓ ସିରିଜ ‘ଓଡ଼ିଶାଲାଇଭ୍’ ଓ ‘ସ୍ୱାସ୍ଥ୍ୟପ୍ଲସ’ର ୟୁଟ୍ୟୁବ୍‌ ଏବଂ ଫେସବୁକରେ ମଧ୍ୟ ପୋଷ୍ଟ କରାଯାଉଛି। ଏହାସହ ଭିଡିଓ ମାଧ୍ୟମରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିଶିଷ୍ଟ ବ୍ୟକ୍ତିମାନଙ୍କର ସାକ୍ଷାତକାର ମଧ୍ୟ ପ୍ରକାଶ କରାଯାଉଛି।

The post ‘କେତେ ନୂଆ ବାଟ ସିଜିନ୍ ୨’ – ଆସନ୍ତାକାଲି ଦେଖନ୍ତୁ ଭିଡିଓ ସିରିଜର ତୃତୀୟ ଅଧ୍ୟାୟ ‘କୋଭିଡ୍‌ ମହାମାରୀ ସମୟରେ ଜରୁରୀ ସେବା’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles