Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶୁକ୍ରବାର ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବାତ୍ୟା ୟାସ୍ ପ୍ରଭାବରେ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡ଼ିକ ବୁଲି ଦେଖିବେ। କେବଳ ଓଡ଼ିଶା ନୁହେଁ ୟାସ୍‌ର ପ୍ରଭାବରେ ପ୍ରଭାବିତ ହୋଇଥିବା ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରର ମଧ୍ୟ ସ୍ଥିତି ସମୀକ୍ଷା କରିବେ ମୋଦୀ।

ପ୍ରଧାନମନ୍ତ୍ରୀ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ଏକ ସମୀକ୍ଷା ବୈଠକ କରିବେ। ତା’ପରେ ସେ ଆକାଶ ମାର୍ଗରେ ବାଲେଶ୍ୱର, ଭଦ୍ରକ ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକୁ ବୁଲି ଦେଖିବେ। ଏହାପରେ ସେ ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେବେ ବୋଲି ସୂଚନା ରହିଛି।ମେ’୨୬ତାରିଖରେ ବାତ୍ୟା ୟାସ୍ ଲ୍ୟାଣ୍ଡଫଲ କରିଥିଲା। ଏହାର ପ୍ରଭାବରେ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାରେ ଏହି ଅଞ୍ଚଳର ବଡ଼ ବଡ଼ ଗଛ ପଡ଼ି ଘରଦ୍ୱାର ନଷ୍ଟ ହୋଇଛି। ପ୍ରବଳ ବର୍ଷା କାରଣରୁ ଏବେବି ଅନେକ ଲୋକ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳଘେର ଭିତରେ ରହିଛନ୍ତି। ତେବେ ବାତ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି।ଅନ୍ୟପଟେ ଆଜି ଆକାଶ ମାର୍ଗରୁ ପ୍ରାୟ ୧ଘଣ୍ଟା ଧରି ବାତ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପୂର୍ବରୁ ସେ ସ୍ଥିତି ସମୀକ୍ଷା କରି ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ୨୪ଘଣ୍ଟା ମଧ୍ୟରେ ବାତ୍ୟା ପ୍ରଭାବିତ ସମସ୍ତ ମୁଖ୍ୟ ରାସ୍ତାରେ ଚଳପ୍ରଚଳକୁ ସ୍ୱାଭାବିକ କରିବା ପାଇଁ କହିଥିଲେ।

The post ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images