Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପରଦାକୁ ଆସିଲା ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ବାଏ ବାଏ ଦୁବାଇ’

$
0
0

DSC_0074ଭୁବନେଶ୍ୱର, ୦୨/୦୯/୨୦୧୬(ଓଡ଼ିଶାଲାଇଭ ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଅକ୍ଷୟ ପରିଜା ପ୍ରଡକ୍ସନସ ବ୍ୟାନରରେ ନିର୍ମିତ ହାସ୍ୟରସାତ୍ମକ ଚଳଚ୍ଚିତ୍ର ‘ବାଏ ବାଏ ଦୁବାଇ’ ପରଦାକୁ ଆସିଛି। ଆଜି ସନ୍ଧ୍ୟାରେ ଭୁବନେଶ୍ୱରର ଶ୍ରିୟା ଟକିଜ୍‌ରେ ବାଏ ବାଏ ଦୁବାଇର ପ୍ରିମିଅମ୍ ସୋ ଅନୁଷ୍ଠିତ ହୋଇଯାଇଛି। ଭାରତ ବନ୍ଦ ସତ୍ତ୍ୱେ ସିନେପ୍ରେମୀଙ୍କର ବେଶ ଗହଳି ଦେଖିବାକୁ ମିଳିଥିଲା।

ଏହି ପ୍ରିମିଅର ସୋରେ ପ୍ରଯୋଜକ ଅକ୍ଷୟ କୁମାର ପରିଜା, ନିର୍ଦ୍ଦେଶକ ବସନ୍ତ ସାହୁ, ସବ୍ୟସାଚ୍ଚୀ, ବୁଦ୍ଧାଦିତ୍ୟ, ଅର୍ଚ୍ଚିତା, ପପୁ ପମ୍‌ପମ୍‌, ଜୀବନ ପଣ୍ଡା ଏବଂ ଓଲିଉଡର ବହୁ କଳାକାର ସାମିଲ ହୋଇଥିଲେ।

ପ୍ରଯୋଜକ ଅକ୍ଷୟ କୁମାର ପରିଜା ‘ଓଡ଼ିଶାଲାଇଭ୍’କୁ କହିଛନ୍ତି ଯେ ଗଣେଶ ପୂଜାରୁ ପାର୍ବଣର ଋତୁ ଆରମ୍ଭ ହୋଇଥାଏ। ତେଣୁ ଆମେ ବାଏ ବାଏ ଦୁବାଇ ଚଳଚ୍ଚିତ୍ର ଜରିଆରେ ଓଡ଼ିଶା ଦର୍ଶକଙ୍କ ପାଖକୁ ଆଗାମୀ ଦିନରେ ନୂଆ ନୂଆ ଚଳଚ୍ଚିତ୍ର ଭେଟି ଦେବୁ ବୋଲି ଆଶା ରଖୁଛୁ। ବାଏ ବାଏ ଦୁବାଇ ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ଭାବରେ ହାସ୍ୟରସାତ୍ମକ ଚଳଚ୍ଚିତ୍ର, ବହୁ 2016090219485400କୌତୁହଳପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଚଳଚ୍ଚିତ୍ରଟି ନିର୍ମାଣ କରାଯାଇଛି। ଏହି ସିନେମାଟି ଓଲିଉଡ ଇଣ୍ଡଷ୍ଟ୍ରିରେ ଏକ ନୂଆ ମୋଡ ଆଣିବ ବୋଲି ସେ ଆଶାବାଦୀ ଅଛନ୍ତି।

ପ୍ରଥମ ଦିନରୁ ଚଳଚ୍ଚିତ୍ରଟିକୁ ଦେଖିଲା ପରେ ଦର୍ଶକଙ୍କ ମଧ୍ୟରେ ବହୁ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ଦର୍ଶକେ ହସି ହସି ବେଦମ୍ ହେବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ପପୁ ପମ୍‌ପମ୍‌ ଏକାଧିକ ଭୂମିକାରେ ଅଭିନୟ କରିଛନ୍ତି। ଯାହାକୁକି ଦର୍ଶକମାନେ ବେଶ୍ ପସନ୍ଦ କରିଛନ୍ତି। ଚଳଚ୍ଚିତ୍ରରେ ସବ୍ୟାସାଚ୍ଚୀ ପ୍ରେମ୍‌ ଭୂମିକାରେ ଥିବା ବେଳେ ଅର୍ଚ୍ଚିତାଙ୍କୁ ଡବଲ ରୋଲ୍‌ରେ ଦେଖିବାକୁ ମିଳିଛି।


Viewing all articles
Browse latest Browse all 11715

Trending Articles