Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଘରେ କରିପାରିବେ କୋଭିଡ୍ ପରୀକ୍ଷା –‘କୋଭିସେଲ୍‌ଫ କିଟ୍‌’କୁ ଅନୁମୋଦନ କଲା ଆଇସିଏମଆର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଘରେ ଥାଇ ଆପଣ କରିପାରିବେ ନିଜର କୋଭିଡ୍ ପରୀକ୍ଷା। ମାତ୍ର ୨ ମିନିଟରେ ହେବ ପରୀକ୍ଷା, ଆଉ ୧୫ ମିନିଟରେ ଆସିବ ଟେଷ୍ଟ ରିପୋର୍ଟ। ଦେଶରେ ଦ୍ରୁତ ଆଣ୍ଟିଜେନ୍ ଟେଷ୍ଟ କରିବାକୁ ଆବଶ୍ୟକ ଏକ କିଟ୍‌କୁ ଗୁରୁବାର ଦିନ ଆଇସିଏମଆର ଅନୁମୋଦନ ଦେଇଛି। ଭାରତର ପ୍ରଥମ ସେଲ୍ପ କୋଭିଡ୍ ଟେଷ୍ଟ କିଟ୍ ଭାବେ ଏହାକୁ ଅନୁମୋଦନ ମିଳିଛି।

ପୁଣେସ୍ଥିତ ‘ମାଇଁଲ୍ୟାବ୍ ଡିସକୋଭରି ସଲ୍ୟୁସନ୍ସ’ ପ୍ରସ୍ତୁତ କରିଛି ଏହି କିଟ୍। ଏହାର ନାଁ ରଖାଯାଇଛି ‘କୋଭିସେଲ୍‌ଫ’। ଏହି କିଟ୍ ଜରିଆରେ ଲୋକମାନେ ଘରେ ବସି ନିଜର କରୋନା ପରୀକ୍ଷା ପାଇଁ ନମୁନା ନେଇପାରିବେ ଏବଂ ନମୁନାକୁ କିଟ୍‌ରେ ଦେଇ ନିଜର କୋଭିଡ୍ ପରୀକ୍ଷା କରିପାରିବେ।ଏଥିପାଇଁ ଆଇସିଏମଆର ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇ କୁହାଯାଇଛି ଯେ କେବଳ କୋଭିଡ୍ ଲକ୍ଷଣ ଥିବା କିମ୍ଵା ଲ୍ୟାବ୍‌ରେ ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ସହ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଲୋକମାନେ ଏହି କିଟ୍‌କୁ ବ୍ୟବହାର କରିପାରିବେ। ମନଇଚ୍ଛା କେହି ବି ଟେଷ୍ଟ କରିବେ ନାହିଁ।

ସେହିପରି ଏହି କିଟ୍‌ରେ ପରୀକ୍ଷା କରିବା ପରେ ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ଥରେ ପଜିଟିଭ ଆସିଲା, ସେମାନେ ବାରମ୍ବାର ପରୀକ୍ଷା କରିବେ ନାହିଁ। ଏଥିସହ ଯଦି କୌଣସି ଲକ୍ଷଣଯୁକ୍ତ ବ୍ୟକ୍ତି ଏହି କିଟ୍‌ରେ ନିଜର ସ୍ଵାବ୍ ପରୀକ୍ଷା କରିବା ପରେ ତାଙ୍କ ରିପୋର୍ଟ ନେଗେଟିଭ ଆସିଲା, ତା’ହେଲେ ସେମାନେ ତୁରନ୍ତ ଆର୍‌ଟି-ପିସିଆର ଟେଷ୍ଟ କରାଇବେ ବୋଲି ଆଇସିଏମଆର କହିଛି।ଏହି କିଟ୍‌ର ଦାମ୍ ରହିଛି ୨୫୦ ଟଙ୍କା ରହିଥିବା ବେଳେ ଆଉ କିଛିଦିନ ମଧ୍ୟରେ ଏହି କିଟ୍‌କୁ ବଜାରରେ ବିକ୍ରି ପାଇଁ ଛଡ଼ାଯିବ ବୋଲି କମ୍ପାନି ପକ୍ଷରୁ ସୂଚନା ମିଳିଛି।

The post ଘରେ କରିପାରିବେ କୋଭିଡ୍ ପରୀକ୍ଷା – ‘କୋଭିସେଲ୍‌ଫ କିଟ୍‌’କୁ ଅନୁମୋଦନ କଲା ଆଇସିଏମଆର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images