Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଉରକେଲାରେ କୋଭିଡ୍-୧୯ ଟିକାକରଣ ପାଇଁ ମଙ୍ଗଳବାରଠାରୁ ନୂଆ ସୂଚୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଉରକେଲା: ରାଉରକେଲା ସହରରେ କୋଭିଡ୍-୧୯ ଟିକାକରଣ ପାଇଁ ଆସନ୍ତା ମଙ୍ଗଳବାର ମେ’ ୧୧ ତାରିଖଠାରୁ ନୂଆ ସୂଚୀ ଜାରି କରିଛି ଜିଲ୍ଲା ପ୍ରଶାସନ। ଏହି ସୂଚୀ ଅନୁଯାୟୀ ୧୮ରୁ ୪୪ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ସେହିପରି ୪୫ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକା ବୁଧବାରଠାରୁ ଦିଆଯିବ। ସୁବ୍ୟବସ୍ଥିତ ଭାବେ ଟିକାଦାନ ପାଇଁ ଏହି ଦୁଇଟି ବର୍ଗ ଲାଗି ଦିନେ ଛଡ଼ା ଦିନେ ସୂଚୀ ଧାର୍ଯ୍ୟ କରାଯାଇଛି।

୧୮ରୁ ୪୪ ବର୍ଷ ବର୍ଗର ବ୍ୟକ୍ତି ମେ’୧୧ (ମଙ୍ଗଳବାର), ମେ’ ୧୩ (ଗୁରୁବାର), ମେ’୧୫ (ଶନିବାର), ମେ’୧୮ (ମଙ୍ଗଳବାର), ମେ’୨୦ (ଗୁରୁବାର), ମେ’୨୨ (ଶନିବାର) ଦିନ ଟିକା ନେଇ ପାରିବେ। ସେହିପରି ୪୫ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ସେମାନେ ମେ’୧୨ (ବୁଧବାର), ମେ’୧୪ (ଶୁକ୍ରବାର), ମେ’୧୭ (ସୋମବାର), ମେ’୧୯ (ବୁଧବାର), ମେ’୨୧ (ଶୁକ୍ରବାର) ଦିନ ଟିକା ନେଇପାରିବେ।

 ‘’୧୮ ବର୍ଷରୁ ଅଧିକ ବର୍ଗର ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତା’ସହିତ ୪୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କ ପାଇଁ ଦ୍ୱିତୀୟ ଡୋଜର ଟିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି ଦୁଇଟି ବିଷୟକୁ ଆଖି ଆଗରେ ରଖି ଆମେ ଉଭୟ ବର୍ଗର ସୁବିଧା ପାଇଁ ଦିନେ ଛଡ଼ା ଦିନେ ଟିକାକରଣ ସୂଚୀ ପ୍ରସ୍ତୁତ କରିଛୁ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଟିକାଦାନ ସମୟରେ ସମସ୍ତେ ମୁହଁରେ ଭଲ ଭାବରେ ମାସ୍କ ପିନ୍ଧିବା ସହିତ କୋଭିଡ୍ ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ୧୧ ମେ’ରୁ ୨୨ ତାରିଖ ପର୍ଯ୍ୟନ୍ତ ସୂଚୀ ଜାରି କରାଯାଇଛି। ଏଥିରେ ରବିବାର ଦିନ ଟିକାକରଣ କାର୍ଯ୍ୟ ବନ୍ଦ ରହିବ ସେହିପରି ବର୍ତ୍ତମାନ କେବଳ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଟିକାଦାନ ଚାଲିବ। ତେଣୁ ୧୮ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଅଧିକ ଉଭୟ ବର୍ଗର ହିତାଧିକାରୀମାନେ ପାଳି ଅନୁଯାୟୀ ଟିକାଦାନ କେନ୍ଦ୍ରକୁ ଆସିବାକୁ ପ୍ରଶାସନ ଅନୁରୋଧ କରିଛି।

୪୫ ବର୍ଷ ବୟସରୁ ଅଧିକ ବର୍ଗର ଲୋକଙ୍କୁ ବର୍ତ୍ତମାନ କେବଳ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ। ତେବେ ଏଥିପାଇଁ କାହାକୁ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ହିତାଧିକାରୀମାନେ ନିକଟସ୍ଥ ଟିକାକରଣ କେନ୍ଦ୍ରକୁ ଆସି ସେଠାରେ ପଞ୍ଜୀକରଣ କରିପାରିବେ।

୧୮ ବର୍ଷ ବୟସରୁ ଅଧିକ ବର୍ଗର ନାଗରିକଙ୍କୁ ଟିକା ନେବା ପାଇଁ ଅନଲାଇନରେ ନିଶ୍ଚିତ ପଞ୍ଜୀକରଣ କରିବାକୁ ପଡ଼ିବ। ବିନା ପଞ୍ଜୀକରଣରେ କେହି ଟିକାଦାନ କେନ୍ଦ୍ରକୁ ନଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଯେଉଁ ବ୍ୟକ୍ତିମାନେ ଏଥିପାଇଁ ପଞ୍ଜୀକରଣ କରି ସାରିଛନ୍ତି ସେମାନେ ନିଜ ପସନ୍ଦ ଅନୁଯାୟୀ ସ୍ଲଟ୍ ବୁକ୍ କରିବାକୁ ହେବ।

ରାଉରକେଲା ସହରରେ କୋଭିଡ୍ ଟିକାଦାନ ପାଇଁ ୮ଟି କେନ୍ଦ୍ର କରାଯାଇଛି। ସେଗୁଡ଼ିକ ହେଲା: ଆଇଜିଏଚ୍, ଆରଜିଏଚ୍, ୟୁସିଏଚସି ପାନପୋଷ, ରେଲେଓ୍ୱ ହସ୍ପିଟାଲ-ବନ୍ଧମୁଣ୍ଡା, ରିଜର୍ଭ ପୋଲିସ ହସ୍ପିଟାଲ, ସେଲ୍ ହେଲଥ ସେଣ୍ଟର ଫର୍ଟିଲାଇଜର ଟାଉନସିପ୍, ସେକ୍ଟର-୬ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଇଏସ୍ଆଇ ହସ୍ପିଟାଲ।

ଟିକାକରଣ କେନ୍ଦ୍ରରେ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେହିପରି ଲୋକଙ୍କ ସୁବିଧା ପାଇଁ ବସିବା ବ୍ୟବସ୍ଥା, ପିଇବା ପାଣି ଏବଂ ଆବଶ୍ୟକ ଘୋଷଣା ପାଇଁ ମାଇକ୍ ଆଦି ବ୍ୟବସ୍ଥା କରାଯାଉଛି। କୋଭିଡ୍ ସମ୍ପର୍କିତ କୌଣସି ସୂଚନା ଓ ସହାୟତା ପାଇଁ ରାଉରକେଲା କୋଭିଡ୍ ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୮ ଏବଂ ସୁନ୍ଦରଗଡ଼ ଜିଲ୍ଲା ହେଲ୍ପଲାଇନ୍ ୧୮୦୦ ୩୪୫ ୭୪୬୧ / ୦୧୧ – ୪୧୧୮୨୧୩୮ ନମ୍ବର ପ୍ରଶାସନ ପକ୍ଷରୁ ଜାରି କରାଯାଇଛି।

The post ରାଉରକେଲାରେ କୋଭିଡ୍-୧୯ ଟିକାକରଣ ପାଇଁ ମଙ୍ଗଳବାରଠାରୁ ନୂଆ ସୂଚୀ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images