Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏଣିକି ବେସରକାରୀ ସଂସ୍ଥାର ମୁଖ୍ୟମାନେ ଡିସିପିଙ୍କୁ ଦେବେ କର୍ମଚାରୀଙ୍କ ତାଲିକା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ସାବାଡ୍ ହେବେ ଅମାନିଆ। ବିଭିନ୍ନ ସଂସ୍ଥାର ପରିଚୟ ପତ୍ର ଦେଖାଇ ଟୁଇନ୍ ସିଟି ରାସ୍ତାରେ ବୁଲୁଥିବା ଅମାନିଆଙ୍କ ବିରୋଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏନେଇ କମିସନରେଟ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିସହ ବେସରକାରୀ ସଂସ୍ଥାର ମୁଖ୍ୟମାନେ ତାଙ୍କ କମ୍ପାନିରେ କାମ କରୁଥିବା ବ୍ୟକ୍ତିମାନଙ୍କର ତଥ୍ୟ ଶୀଘ୍ର ଡିସିପିଙ୍କୁୁ ଦିଅନ୍ତୁ, କହିଛନ୍ତି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ।

ସେ ଆଉ ମଧ୍ୟ କହିଛନ୍ତି, “ଟୁଇନ୍ ସିଟିରେ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ସମୟରେ କୌଣସି ପାସ୍ ବ୍ୟବସ୍ଥା କରାଯାଇନାହିଁ। ଲୋକଙ୍କୁ ବିଶ୍ୱାସ କରି କାମ କରୁଛୁ। କିନ୍ତୁ କିଛି ଲୋକ ବିଭିନ୍ନ ଆଳ ଦେଖାଇ ପରିଚୟ ପତ୍ର ଧରି ଏଣେତେଣେ ବୁଲୁଛନ୍ତି। ଏବେକା ପରିସ୍ଥିତିରେ କରୋନା ସଂକ୍ରମଣ କମାଇବାକୁ ହେଲେ ପ୍ରଥମେ ଭିଡ଼ କମାଇବାକୁ ପଡ଼ିବ। ତେଣୁ ଟୁଇନ ସିଟିରେ ଚେକିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପକ୍ଷରେ ବେସକାରୀ ସଂସ୍ଥାର ମୁଖ୍ୟମାନେ ଆମକୁ ସହଯୋଗ କରନ୍ତୁ।ନିଜ ନିଜ ଅଫିସ୍ କିମ୍ବା କମ୍ପାନିରେ କାମ କରୁଥିବା କର୍ମଚାରୀଙ୍କର ଏକ ନିର୍ଦ୍ଧିଷ୍ଟ ପ୍ରମାଣପତ୍ର ପ୍ରସ୍ତୁତ କରନ୍ତୁ। ଯେଉଁଥିରେ ଉକ୍ତ କର୍ମଚାରୀଙ୍କର କାର୍ଯ୍ୟ ସମ୍ବନ୍ଧୀୟ ତଥ୍ୟ ରହିଥିବ। ସେ କେଉଁଠାରେ କାମ କରୁଛନ୍ତି, ଦିନରେ କେତେ ଘଣ୍ଟା କାମ ରହୁଛି, କେବେ ତାଙ୍କର ଛୁଟି ରହୁଛି ଏବଂ ତାଙ୍କ ଯାତାୟତର ପରିସର ସମ୍ପର୍କରେ ସେଥିରେ ଉଲ୍ଲେଖ ରହିବ। ଏହାର ଗୋଟିଏ କପି କର୍ମଚାରୀଙ୍କ ପାଖରେ ଓ ଅନ୍ୟଟିି ଡିସିପିଙ୍କ ନିକଟରେ ଦାଖଲ କରିବେ।”

ରାଜ୍ୟରେ ସଟ୍‌ଡାଉନ ଓ ଲକ୍‌ଡାଉନ୍ ସତ୍ତ୍ୱେ ନିୟନ୍ତ୍ରଣକୁ ଆସୁନି କରୋନା। କଟକଣା ପରେବି ରାସ୍ତାରେ ଅନେକ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ପ୍ରତିଦିନ ହଜାର ହଜାର ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଅନେକ ଲୋକ ମିଥ୍ୟା ପରିଚୟ ପତ୍ର ଦେଖାଇ ବୁଲୁଥିବାରୁ ସେମାନଙ୍କୁ ସାବାଡ କରିବାପାଇଁ ଶନିବାର କମିସନରେଟ ପୋଲିସ ଏଭଳି ଘୋଷଣା କରିଛନ୍ତି।

The post ଏଣିକି ବେସରକାରୀ ସଂସ୍ଥାର ମୁଖ୍ୟମାନେ ଡିସିପିଙ୍କୁ ଦେବେ କର୍ମଚାରୀଙ୍କ ତାଲିକା appeared first on OdishaLIVE.


Viewing all articles
Browse latest Browse all 11715

Trending Articles