ଭୁବନେଶ୍ୱର, ୧୯/୦୭/ ୨୦୧୬ (ଓଡ଼ିଶାଲାଇଭ୍ ବ୍ୟୁରୋ): ମାଲେସିଆ ରାଜଧାନୀ କ୍ୱାଲାଲୁମ୍ପୁରଠାରେ ବିଶିଷ୍ଟ ଯୁବ ଚିତ୍ରଶିଳ୍ପୀ ଜ୍ୟୋତିରଞ୍ଜନଙ୍କ ଏକକ ଚିତ୍ର ପ୍ରଦର୍ଶନୀ “ଅମରୁ ଶତକମ୍’ ଆରମ୍ଭ ହୋଇଛିା ଏହି ପ୍ରଦର୍ଶନୀ ମାସେ ବ୍ୟାପୀ ଚାଲିବା ପ୍ରାୟ ୧୫ଟି ଜଳରଙ୍ଗର ଚିତ୍ର ଏହି ପ୍ରଦର୍ଶନୀରେ ସ୍ଥାନିତ ହୋଇଛିା ବିଦେଶରେ ଏପରି ପ୍ରଦର୍ଶନୀ ଜରିଆରେ ଓଡ଼ିଆ ଚିତ୍ରଶିଳ୍ପୀ ବିଶେଷ ପ୍ରଶଂସିତ ହୋଇଛନ୍ତିା
ଗତ ୧୬ ତାରିଖ ସନ୍ଧ୍ୟାରେ କ୍ୱାଲାଲୁମ୍ପୁରସ୍ଥିତ ସୂତ୍ର ଡ୍ୟାନ୍ସ ଥିଏଟରର ଚିତ୍ରବୀଥିରେ ଏକ ମନୋରମ ପରିବେଶରେ ଏହି ପ୍ରଦର୍ଶନୀକୁ ମାଲେସିଆସ୍ଥିତ ଭାରତର ଡେପୁଟୀ ହାଇକମିଶନର ଶ୍ରୀ ନିଖିତେଶ ଗିରି ଉଦ୍ଘାଟନ କରିଥିଲେæ ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଲେଖକ ଡ. ଦିନନାଥ ପାଠୀ ତାଙ୍କ ବକ୍ତବ୍ୟ ରଖି “ଅମରୁ ଶତକମ୍’ କାବ୍ୟ ଉପରେ ରଙ୍ଗ ଓ ତୂଳୀର ଏପରି ଅନନ୍ୟ ଉଦ୍ୟମକୁ ପ୍ରଶଂସା କରିଥିବା ବେଳେ ଡେପୁଟି ହାଇକମିଶନର ଶ୍ରୀ ଗିରି ଓଡ଼ିଆ ଚିତ୍ରକଳା ଓ ସଂସ୍କୃତିର ମାଲେସିଆର ସାଂସ୍କୃତିକ ବିଭବ ଉପରେ ପ୍ରଭାବ ରହିଛି ବୋଲି ଉଲ୍ଲେଖ କରିଥିଲେ| ବିଶିଷ୍ଟ ନୃତ୍ୟଶିଳ୍ପୀ ମୀରା ଦାସ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ|
ସୂତ୍ର ଡ୍ୟାନ୍ସ ଥିଏଟରର ଅଧ୍ୟକ୍ଷ ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନୃତ୍ୟଶିଳ୍ପୀ ରମ୍ଲୀ ଇବ୍ରାହିମ୍ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେଇ ତାଙ୍କ ଅନୁଷ୍ଠାନ ଏଭଳି ପ୍ରୟାସକୁ ଉତ୍ସାହିତ କରିବ ଏବଂ ଏହି ପ୍ରଦର୍ଶନୀ ସହିତ କ୍ୱାଲାଲୁମ୍ପୁରରେ “ଅମରୁ ଶତକମ୍’ ଉପରେ ନିର୍ଭର କରି ଏକ ଉତ୍ସବ ଋତୁର ଆରମ୍ଭ ହେଲା ବୋଲି ପ୍ରକାଶ କରିଥିଲେ| ଥିଏଟର ଗ୍ରୁପ୍ର ନୃତ୍ୟାଙ୍ଗନାମାନେ “ଅମରୁ ଶତକମ୍’ରୁ ଦୁଇଟି ନୃତ୍ୟ ପରିବେଷଣ କରିଥିଲେ|