Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ଲାଜମା ଥେରାପି କ? କରୋନା ଚିକିତ୍ସାରେ ଏହା କିପରି ସହାୟତା ହେଉଛି ସେନେଇ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜ୍‌ମା ଥେରାପିର ଷ୍ଟେଟ୍‌ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର।

ସାରାଦେଶରେ ଏବେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। କରୋନା ଚିକିତ୍ସା ପାଇଁ ବିଭିନ୍ନ ଔଷଧ ଓ ଟିକା ବାହାରିଲାଣି। ଏହାସହିତ ଦ୍ୱିତୀୟ ଲହରରେ କରୋନା ମୁକାବିଲା ପାଇଁ ପ୍ଲାଜମା ଥେରାପିର ପ୍ରୟୋଗ କରାଯାଉଛି। କରୋନା ଚିକିତ୍ସାରେ ପ୍ଲାଜମା ଥେରାପି ସଫଳ ମଧ୍ୟ ହେଉଛି। ଏହି ପ୍ଲାଜମା କ’ଣ, କିପରି କରାଯାଉଛି ପ୍ଲାଜମା ଥେରାପି ସେନେଇ ଓଡ଼ିଶାଲାଇଭକୁ ବିସ୍ତୃତ ଭାବେ କହିଛନ୍ତି ପ୍ଲାଜ୍‌ମା ଥେରାପିର ଷ୍ଟେଟ୍‌ ନୋଡାଲ ଅଫିସର ଡାକ୍ତର ସ୍ମିତା ମହାପାତ୍ର।

ପ୍ଲାଜ୍‌ମା କ’ଣ, ପ୍ଲାଜମା ଥେରାପି କିପରି କରାଯାଏ?

ରକ୍ତରେ ଆରବିସି, ଡବ୍ଲ୍ୟୁବିସି ଭଳି କେତେକ କଣିକା ଥାଏ। ଯେତେବେଳେ ଜଣକ ରକ୍ତରୁ ହଳଦୀ ରଙ୍ଗର ଏକ ତରଳ କାଢ଼ି ଦିଆଯାଏ, ଯେଉଁଥିରେ ରକ୍ତ କୋଷିକା ଥାଏ। ଏହାକୁ ଡାକ୍ତରୀ ଭାଷାରେ ପ୍ଲାଜମା ବୋଲି କୁହାଯାଏ।

ପ୍ଲାଜମା ଥେରାପି ଏକ ଏପରି ପ୍ରକ୍ରିୟା, ଯେଉଁଥିରେ ଜଣେ କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରକ୍ତକୁ ସଂଗ୍ରହ କରାଯିବା ସହିତ ଏଥରୁ ପ୍ଲାଜମାକୁ ପୃଥକ କରି ଦିଆଯାଇଥାଏ। ଏହି ପ୍ଲାଜମାକୁ ଅନ୍ୟ ଜଣେ କୋଭିଡ ଆକ୍ରାନ୍ତ ଯାହାଙ୍କ ଅକ୍ସିଜେନ ପାରାମିଟର ବଢ଼ି ଚାଲିଥିବ ତାଙ୍କ କ୍ଷେତ୍ରରେ ପ୍ଲାଜମାକୁ  ଆଣ୍ଟିଡୋଜ୍‌ ଭାବେ ବ୍ୟବହାର କରାଯାଏ। ଏହି ଥେରାପି ପରେ ଜଣେ କୋଭିଡ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଥାଏ।

ଥରକରେ ଜଣେ ବ୍ୟକ୍ତିଙ୍କଠାରୁ ୪୦୦ରୁ ୫୦୦ ମିଲିଲିଟର ପ୍ଲାଜମା ସଂଗ୍ରହ କରାଯାଇଥାଏ। ଏଥିପାଇଁ ପ୍ରାୟ ୩୦ରୁ ୪୦ ମିନିଟ ସମୟ ଲାଗିଥାଏ। ସଂଗ୍ରହ ହୋଇଥିବା ପ୍ଲାଜ୍‌ମାକୁ ୨ଟି ୟୁନିଟରେ ଭାଗ କରାଯାଏ। ଯାହାଫଳରେ ଜଣେ ବ୍ୟକ୍ତିଙ୍କଠାରୁ ସଂଗ୍ରହ ହୋଇଥିବା ପ୍ଲାଜମାକୁ ୨ ଜଣ କୋଭିଡ ରୋଗୀଙ୍କୁ ଦିଆଯାଇପାରିବ।

କିଏ ପ୍ଲାଜମା ଦେଇପାରିବେ?

  • କୋଭିଡରୁ ସୁସ୍ଥ ହୋଇଥିବା ବ୍ୟକ୍ତି
  •  ବୟସ ୧୮ରୁ ୬୫ ହୋଇଥିବ
  • ଓଜନ ୫୦ କିଲୋଗ୍ରାମରୁ ଅଧିକ ହୋଇଥିବା
  • କରୋନା ସଂକ୍ରମଣରୁ ଆରୋଗ୍ୟ ହେବାର ୧୪ ଦିନ ପରେ

କିଏ ପ୍ଲାଜ୍‌ମା ଦାନ କରିପାରିବେ ନାହିଁ?

  • ମଧୁମେହ ରୋଗୀ, କ୍ୟାନସର୍‌ ରୋଗୀ।
  • କିଡନୀ, ହାର୍ଟ, ଲିଭର, ଫୁସଫୁସ୍‌ଜନିତ ରୋଗୀ

ପ୍ଲାଜାମା ଦେବା ପୂର୍ବରୁ ଡୋନରଙ୍କ ରକ୍ତ ଯାଞ୍ଚ କରାଯାଇଥାଏ। ତାଙ୍କର ହିମୋଗ୍ଲୋବିନ, ପ୍ଲେଟଲେଟ୍‌, ଆଣ୍ଟିବଡି କେତେ ଅଛି ଏସବୁ ଦେଖାଯାଏ। ତା’ପରେ ଯାଇ ସେହି ବ୍ୟକ୍ତିଙ୍କଠାରୁ ପ୍ଲାଜମା ନିଆଯାଇଥାଏ।

ଜଣେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ୧୫ ଦିନ ବ୍ୟବଧାନରେ ୩ ଥର ପ୍ଲାଜମା ଦେଇପାରିବେ। ଏଥିପାଇଁ ପ୍ରତ୍ୟେକ ଥର ତାଙ୍କର ରକ୍ତର ଯାଞ୍ଚ କରାଯିବ। ତେବେ ଏକାଧିକ ଥର ପ୍ଲାଜମା ଦେବା ଦ୍ୱାରା ଡୋନରଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ିନଥାଏ।

ଯେଉଁ ପ୍ଲାଜମା ବ୍ୟାଙ୍କରେ ପ୍ଲାଜମା ସଂଗ୍ରହ କରାଯାଉଛି ତାହା କେବେଳ ସେଇଠି ବ୍ୟବହାର ହେଉନାହିଁ। ରାଜ୍ୟର ଅନ୍ୟ ଯେକୌଣସି କୋଭିଡ ହସ୍ପିଟାଲରେ ପ୍ଲାଜମା ଆବଶ୍ୟକ ପଡ଼ୁଛି, ସେଠାକୁ କୋଲ୍‌ଡ ଚେନ୍‌ ମାଧ୍ୟମରେ ପ୍ଲାଜମା ପଠାଯାଉଛି।

ରାଜ୍ୟର ୬ଟି ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ୍‌

ରାଜ୍ୟର ୬ଟି ହସ୍ପିଟାଲ ତଥା ଏସ୍‌ସିବି (କଟକ), କ୍ୟାପିଟାଲ ହସ୍ପିଟାଲ (ଭୁବନେଶ୍ୱର). ଏମକେସିଜି (ବ୍ରହ୍ମପୁର), ଭିମସାର (ସମ୍ବଲପୁର), ଆଇଜିଏସ୍‌ (ରାଉରକେଲା), ଏସଏଲଏନ୍‌ (କୋରାପୁଟ) ମେଡିକାଲରେ ପ୍ଲାଜମା ବ୍ୟାଙ୍କ ରହିଛି। ଏହାମଧ୍ୟରୁ ରାଜ୍ୟର ନୋଡାଲ ପ୍ଲାଜମା ସେଣ୍ଟର ହେଉଛି ଏସ୍‌ସିବି।

ଓଡ଼ିଶାରେ ପ୍ଲାଜ୍‌ମା ଥେରାପିର ସଫଳତା

ପ୍ରଥମ ଲହରରେ ଆମ ରାଜ୍ୟରେ ସମସ୍ତ ୬ଟି ଯାକ ପ୍ଲାଜ୍‌ମା ବ୍ୟାଙ୍କରୁ ୪ ହଜାର ୭୫୬ ୟୁନିଟ ପ୍ଲାଜମା ସଂଗ୍ରହ ହୋଇଛି। ୩ ହଜାର ୩୩ ରୋଗୀଙ୍କୁ ପ୍ଲାଜ୍‌ମା ଦିଆଯାଇଛି। ସେଥିରୁ ୨ ହଜାର ୫୩୦ ଜଣ ସୁସ୍ଥ ହୋଇଛନ୍ତି। ଏହା ପ୍ଲାଜମା ଥେରାପିର ସଫଳତାକୁ ଦର୍ଶାଉଛି।

ରାଜ୍ୟ ସରକାର ପ୍ଲାଜମା ଦାନକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟ ଜିଲ୍ଲାରୁ ଆସୁଥିଲେ ତାଙ୍କ ଯିବା ଆସିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହାସହିତ ସେମାନଙ୍କୁ ସରକାରଙ୍କ ତରଫରୁ ସାର୍ଟିଫିକେଟ ମଧ୍ୟ ଦିଆଯାଉଛି।

The post କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images