Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଦେଶରେ କରୋନା ଗ୍ରାଫ ଉପରମୁହାଁ –ଦିନକରେ ୩ ଲକ୍ଷ ୨୩ ହଜାର ୧୪୪ ପଜିଟିଭ୍ ଚିହ୍ନଟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶରେ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଟପିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୩ଲକ୍ଷ ୨୩ ହଜାର ୧୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, ୨୭୭୧ ଜଣଙ୍କର ମୃତ୍ୟୁ ହୋଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୭୬ଲକ୍ଷ ୩୬ହଜାର ୩୦୭ରେ ପହଞ୍ଚିଛି। ସେହିପରି ନୂଆ ମୃତକଙ୍କୁ ମିଶାଇ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୯୭ହଜାର ୮୯୪ରେ ପହଞ୍ଚିଛି। ଏବେ ଦେଶରେ ୨୮ଲକ୍ଷ ୮୨ହଜାର ୨୦୪ ଆକ୍ଟିଭ କେସ୍ ରହିଛି । ସେହିପରି ୨୪ ଘଣ୍ଟାରେ ୨ଲକ୍ଷ ୫୧ହଜାର ୮୨୭ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ସୁସ୍ଥ ସଂଖ୍ୟାକୁ ମିଶାଇ ସମୁଦାୟ ୧କୋଟି ୪୫ଲକ୍ଷ ୫୬ହଜାର ୨୦୯ ଜଣ ସୁସ୍ଥ ହୋଇଛନ୍ତି।

କେନ୍ଦ୍ରର ତଥ୍ୟ ଅନୁସାରେ ଦେଶରେ ସମୁଦାୟ ୧୪କୋଟି ୫୨ଲକ୍ଷ ୭୧ହଜାର ୧୮୬ଜଣ ହିତାଧିକାରୀଙ୍କୁ ଟିକା ଦିଆସରିଛି। ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି। ତଥ୍ୟ ମୂତାବକ ଦୈନିକ ପାଖାପାଖି ୨୫ହଜାର ଆକ୍ରାନ୍ତ ସେଠାରୁ ଚିହ୍ନଟ ହେଉଛନ୍ତି। ଦିଲ୍ଲୀର ହସ୍ପିଟାଲମାନଙ୍କରେ ଅକ୍ସିଜେନର ଅଭାବ ଯୋଗୁଁ ରୋଗୀଙ୍କ ମୃତ୍ୟୁ ହେଉଥିବା ଖବର ମଧ୍ୟ ଶୁଣିବାକୁ ମିଳୁଛି।

The post ଦେଶରେ କରୋନା ଗ୍ରାଫ ଉପରମୁହାଁ – ଦିନକରେ ୩ ଲକ୍ଷ ୨୩ ହଜାର ୧୪୪ ପଜିଟିଭ୍ ଚିହ୍ନଟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles