ଓଡ଼ିଶାଲାଇଭ୍ ବ୍ୟୁରୋ
ସାରାରାଜ୍ୟରେ ଆଜି ରାତି ୯ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବ। ଦ୍ୱିତୀୟ ଲହରୀ କରୋନା ଅଧିକ ସଂକ୍ରାମକ ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରିର ମ୍ୟୁନିସିପାଲଟି ଓ ଏନଏସି ଅଞ୍ଚଳରେ ସନ୍ଧ୍ୟା ୬ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ହେବାକୁ ଥିଲାବେଳେ ଅନ୍ୟ ୨୦ ଜିଲ୍ଲାରେ ରାତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଏହି କଟକଣା ଜାରି ରହିବ।
ନାଇଟ କର୍ଫ୍ୟୁ ସମୟରେ ଜରୁରୀ ସେବା ସ୍ୱାଭାବିକ ରହିବ। ବିଦ୍ୟୁତ ସେବା, ଜଳ ଯୋଗାଣ, ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନେ ନିଜ ପରିଚୟ ପତ୍ର ଦେଖାଇ ଯିବା ଆସିବା କରିପାରିବେ। ସେହିପରି ଫୁଡ ହୋମ୍ ଡେଲିଭରିକୁ ମଧ୍ୟ ଅନୁମତି ଦିଆଯିବ। ଏହାସହିତ ଅତ୍ୟାବଶ୍ୟକୀୟ ମାଲ ପରିବହନ ସେବା ମଧ୍ୟ ସ୍ୱାଭବିକ ରହିବ।
ଛତିଶଗଡ଼ରେ କରୋନା ସ୍ଥିତି ଭୟାନକ ଥିବାରୁ ଏହାର ସୀମାନ୍ତବର୍ତ୍ତୀ ୧୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ସପ୍ତାହନ୍ତ ସଟଡାଉନ୍ କରାଯିବ। ଆସନ୍ତା ଶନିବାରଠାରୁ ଏହି କଟକଣା ଲାଗୁ ହେବ।
The post ଆଜିଠୁ ସାରାରାଜ୍ୟରେ ନାଇଟ୍ କର୍ଫ୍ୟୁ – ସ୍ୱାଭାବିକ ରହିବ ଜରୁରୀ ସେବା appeared first on OdishaLIVE.