Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ‘ଓଡ଼ିଶା ଇତିହାସ’ ପୁସ୍ତକର ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନୂଆଦିଲ୍ଲୀର ଜନପଥରେ ଥିବା ଆମ୍ବେଦକର ଇଣ୍ଟରନ୍ୟାସନଲ ସେଣ୍ଟରରେ ଅନୁଷ୍ଠିତ ଏକ ଉତ୍ସବରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏ ପର୍ଯ୍ୟନ୍ତ ଏହି ପୁସ୍ତକର ଓଡ଼ିଆ ଏବଂ ଇଂରାଜୀ ଅନୁବାଦ ମିଳୁଥିଲା କିନ୍ତୁ ଏବେ ଏହାର ହିନ୍ଦୀ ସଂସ୍କରଣକୁ ଲୋକର୍ପଣ କରାଯାଇଛି।

‘‘ଯଦି ଆପଣ ମହତାବଙ୍କ ‘ଓଡିଶା ଇତିହାସ’ ପଢି ଦେଲେ, ତେବେ ଆପଣ ଓଡ଼ିଶାକୁ ଜାଣିଯିବେ। ଇତିହାସ କେବଳ ଅତୀତର ଏକ ଅଧ୍ୟାୟ ନୁହେଁ, ଭବିଷ୍ୟତର ଏକ ଦର୍ପଣ ମଧ୍ୟ। ଏହି ଧାରଣାକୁ ଆଗରେ ରଖି ଦେଶ ଆଜି ଅମୃତ ମହୋତ୍ସବରେ ସ୍ୱାଧୀନତାର ଇତିହାସକୁ ପୁଣି ଥରେ ଜୀବନ୍ତ କରିବାର ପ୍ରୟାସ କରୁଛି’’, ପୁସ୍ତକ ଉନ୍ମୋଚନ ଅବସରରେ କହିଛନ୍ତି ମୋଦୀ।

ହରେକୃଷ୍ଣ ମହତାବ ଫାଉଣ୍ଡେସନ ଦ୍ୱାରା ଏହି ପୁସ୍ତକ ପ୍ରକାଶ ପାଇଛି। ବିଶିଷ୍ଟ ଅନୁବାଦକ ଶଙ୍କରଲାଲ ପୁରୋହିତ ଏହି ଅନୁବାଦ କରିଛନ୍ତି। ଅହମଦ ନଗର ଜେଲରେ ଥିବା ବେଳେ ମହତାବ ଏହି ପୁସ୍ତକ ରଚନା କରିଥିଲେ। ଏହା ୧୯୪୨ ରୁ ୧୯୪୫ ମଧ୍ୟରେ ରଚିତ ହୋଇଥିଲା।

ପୁସ୍ତକ ଲୋକାର୍ପଣ ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ଓଡିଶାର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ।

The post ହରେକୃଷ୍ଣ ମହତାବଙ୍କ ‘ଓଡ଼ିଶା ଇତିହାସ’ର ହିନ୍ଦୀ ସଂସ୍କରଣକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715