Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା –ଦିନକରେ ୮୭୯ପଜିଟିଭ୍ ଚିହ୍ନଟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନାର ଦ୍ୱିତୀୟ ଲହରୀ ରାଜ୍ୟବାସୀଙ୍କୁ ଡରେଇବାରେ ଲାଗିଛି। ପ୍ରତିଦିନ ରେକର୍ଡ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଦିନକରେ ୯ଶହ ମୁହାଁ କରୋନା ପଜିଟିଭ୍ ମାମଲା। ଗତକାଲି ୭୯୧ଜଣ ଚିହ୍ନଟ ହୋଇଥିବାବେଳେ, ଆଜି ୮୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୫୧୮ଜଣ ଥିବାବେଳେ, ୩୬୧ଟି ଲୋକାଲ୍ କେସ୍ ରହିଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ, ସୁନ୍ଦରଗଡ଼ରୁ ୧୩୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୬୧ ଓ କଟକରୁ ୫୦ଜଣ ଚିହ୍ନଟ ହୋଇଛନ୍ତି। ନୂଆ ପଜିଟିଭ୍ କେସ୍‌କୁ ମିଶାଇ ରାଜ୍ୟରେ ସମୁଦାୟ ପଜିଟିଭ୍ ସଂଖ୍ୟା ୩ଲକ୍ଷ ୪୫ହଜାର ୫୨୬ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ସୁସ୍ଥ ହୋଇଥିବା ୨୪୬ଜଣଙ୍କୁ ମିଶାଇ ସମୁଦାୟ ୩ଲକ୍ଷ ୩୮ ହଜାର ୬୬୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ରାଜ୍ୟରେ ୪୮୮୮ଟି ସକ୍ରିୟ କେସ୍ ରହିଛି।

ଅନ୍ୟପଟେ କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟବ୍ୟାପୀ ଟିକାକରଣ କରାଯାଉଛି। ଟିକାର ଅଭାବ କାରଣରୁ କିଛି ଟିକାକରଣ କେନ୍ଦ୍ର ବନ୍ଦ ରହିଥିବା ସୂଚନା ଦେଇଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ।

The post ରାଜ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି କରୋନା – ଦିନକରେ ୮୭୯ପଜିଟିଭ୍ ଚିହ୍ନଟ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images