Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ରାଜ୍ୟରେ ଟିକା ଅଭାବରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ –୧୫ଲକ୍ଷ କୋଭିସିଲ୍ଡ ଟିକା ପାଇଁ ଦାବି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋcovishield vaccine

ରାଜ୍ୟରେ ଦେଖାଦେଇଛି କରୋନା ଟିକା ସଙ୍କଟ। ପର୍ଯ୍ୟାପ୍ତ ପରିମାଣରେ ଟିକା ନଥିବାରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ ହୋଇଗଲାଣି। କୋଭିସିଲ୍ଡ ଟିକା ନଥିବା କାରଣରୁ ଏଭଳି ହୋଇଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ସେ କହିଛନ୍ତି, “ପ୍ରତ୍ରେକ ଦିନ ରାଜ୍ୟରେ ୨ଲକ୍ଷ ଟିକାକରଣର ଲକ୍ଷ୍ୟ ରଖାଯାଇଛି। କିନ୍ତୁ ଏବେ ଟିକାର ଅଭାବ କାରଣରୁ ଟିକାକରଣ କେନ୍ଦ୍ର ସବୁ ବନ୍ଦ ହୋଇଗଲାଣି। ଏନେଇ କେନ୍ଦ୍ର ସରକାରଙ୍କୁ ମେଲ୍ ଓ ଚିଠି ଯୋଗେ ଜଣାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଆସିନାହିଁ।”

ସେ ଆଉ ମଧ୍ୟ କହିଛନ୍ତି, “ଟିକା ନଥିବା ଯୋଗୁଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇପାରୁନାହିଁ। ୧୫ଲକ୍ଷ କୋଭିସିଲ୍ଡ ଟିକା ଦେବା ପାଇଁ କେନ୍ଦ୍ର ନିକଟରେ ଦାବି କରାଯାଇଛି। ଆସନ୍ତା ୨ଦିନ ଭିତରେ ଟିକା ନଆସିଲେ ଟିକାକରଣରେ ବାଧା ଉପୁଜିବ। ରାଜ୍ୟରେ କୋଭାକ୍ସିନ ଟିକା ପର୍ଯ୍ୟାପ୍ତ ପରିମାଣରେ ରହିଛି।”

ଅନ୍ୟପକ୍ଷରେ ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଛି। ଗତ ୨୪ଘଣ୍ଟା ମଧ୍ୟରେ ଆଜି ୭୯୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରାଜ୍ୟର କିଛି ଜିଲ୍ଲାରେ ସଂକ୍ରମଣକୁ ରୋକିବା ପାଇଁ ଏପ୍ରିଲ ୫ରୁ ନାଇଟ କର୍ଫ୍ୟୁ ଜାରି କରାଯାଇଛି।

The post ରାଜ୍ୟରେ ଟିକା ଅଭାବରୁ ୪୦୦ଟିକାକରଣ କେନ୍ଦ୍ର ବନ୍ଦ – ୧୫ଲକ୍ଷ କୋଭିସିଲ୍ଡ ଟିକା ପାଇଁ ଦାବି appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images