ଓଡ଼ିଶାଲାଇଭ୍ ବ୍ୟୁରୋ![corona icmr ne guidelines]()
କରୋନା ଲେଉଟାଣିକୁ ନେଇ ଓଡ଼ିଶାରେ ଭୟର ଆଶଙ୍କା ଦେଖା ଦେଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟରେ ପୁଣିଥରେ କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ପୂର୍ବରୁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ କେବଳ ଥର୍ମାଲ ସ୍କ୍ରିନିଂ କରାଯାଉଥିବାବେଳେ, ଏବେ ୫ଟି ରାଜ୍ୟ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରୁ ଆସୁଥିବା ଯାତ୍ରୀମାନଙ୍କର ଟେଷ୍ଟିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି।
ମାର୍ଚ୍ଚ ୩୦ରୁ ଏହି ବ୍ୟବସ୍ଥା ଲାଗୁହେବା ନେଇ ସୂଚନା ଦେଇଛନ୍ତି ବିଏମ୍ସି କମିସନର ପ୍ରେମଚନ୍ଦ୍ର ଚୌଧୁରୀ।ରାଜଧାନୀର ବିମାନ ବନ୍ଦରଠାରୁ ଆରମ୍ଭ କରି ରେଳ ଷ୍ଟେସନ ପର୍ଯ୍ୟନ୍ତ ସବୁ ସ୍ଥାନରେ ବିଏମ୍ସି ପକ୍ଷରୁ ଚେକିଂ ବ୍ୟବସ୍ଥା କରାଯାଇଛି।
ଏବେ ମୁଖ୍ୟତଃ ଉପରୋକ୍ତ ରାଜ୍ୟମାନଙ୍କରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଟକଣା ଲଗାଇଛି ବିଏମ୍ସି। ଏହି ରାଜ୍ୟମାନଙ୍କରୁ ଆସିଥିବା ବ୍ୟକ୍ତିମାନେ ଭୁବନେଶ୍ୱରରେ ପହଞ୍ଚିବାର ୭୨ ଘଣ୍ଟା ପୂର୍ବରୁ କରାଇଥିବା ଆରଟିପିସିଆର ରିପୋର୍ଟ ଦେଖାଇବେ, ତେବେ ସେମାନଙ୍କର ଟେଷ୍ଟିଂ କରାଯିବ ନାହିଁ। ଟେଷ୍ଟିଂ ପାଇଁ ବିମାନ ବନ୍ଦର ଓ ରେଳ ଷ୍ଟେସନରେ ବିଏମ୍ସି ପକ୍ଷରୁ ଅଧିକ ସଂଖ୍ୟକ ଟିମ୍ ନିୟୋଜିତ କରାଯାଇଥିବା ସୂଚନା ମିଳିଛି।
The post ମାର୍ଚ୍ଚ ୩୦ରୁ ୫ ରାଜ୍ୟ ଫେରନ୍ତାଙ୍କ କୋଭିଡ ଟେଷ୍ଟ ବାଧ୍ୟତାମୂଳକ appeared first on OdishaLIVE.