Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଢ଼ିଲା କରୋନା ମିଟର – ୫ ମାସ ପରେ ୫୦ ହଜାର ଟପିଲା ଦୈନିକ ସଂକ୍ରମଣ

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୫ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୫୦ ହଜାର ଟପିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୪୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୨୫୧ ଜଣ ଆକ୍ରାନ୍ତ ଆଖି ବୁଜୁଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା  ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪କୁ ବୃଦ୍ଧି ଘଟିଛି। ସେହିପରି ମୋଟ ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୦ ହଜାର ୬୯୨ରେ ପହଞ୍ଚିଛି।

ଏଯାବତ୍‌ ଦେଶରେ ୧ କୋଟି ୧୨ ଲକ୍ଷ ୩୧ ହଜାର ୬୫୦ ଜଣ କରୋନା ୟରୁ ସୁସ୍ଥ ହୋଇ ଘରକୁ ଫେରିଥିଲା ବେଳେ ଆକ୍ଟିଭ କେସ୍‌ ୩ ଲକ୍ଷ ୯୫ ହଜାର ୧୯୨ ରହିଛି। ଅନ୍ୟପଟେ ଦେଶରେ ଏଯାବତ୍‌ ୫ କୋଟି ୩୧ ଲକ୍ଷ ୪୫ ହଜାର ୭୦୯ ଟିକା ନେଇଛନ୍ତି।

The post ବଢ଼ିଲା କରୋନା ମିଟର – ୫ ମାସ ପରେ ୫୦ ହଜାର ଟପିଲା ଦୈନିକ ସଂକ୍ରମଣ appeared first on OdishaLIVE.


Viewing all articles
Browse latest Browse all 11715

Trending Articles