Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

‘ମୋ କଲେଜ’ଅଭିଯାନର ଶୁଭାରମ୍ଭ –ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ହାତ ବଢ଼େଇବେ ପୁରାତନ ଛାତ୍ରଛାତ୍ରୀ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ପକ୍ଷରୁ ମୋ କଲେଜ ଅଭିଯାନର ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ କରିଛନ୍ତି। ମୋ ସ୍କୁଲ ଯୋଜନା ଭଳି ମୋ କଲେଜ ମଧ୍ୟ ସଫଳତା ହାସଲ କରିବା ନେଇ ସରକାର ଆଶା ରଖିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ମୋ କଲେଜ ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷାନୁଷ୍ଠାନ ଏକ ଆବେଗ ସେତୁ ପରି କାର୍ଯ୍ୟ କରିବ। ଏହାଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନରେ ଥାଇ, ବ୍ୟକ୍ତି ନିଜ ପୁରାତନ ଶିକ୍ଷାନୁଷ୍ଠାନ ସହ ଯୋଡ଼ି ହୋଇପାରିବ। କେବଳ ପୁରାତନ ଛାତ୍ରଛାତ୍ରୀ ନୁହଁନ୍ତି, ଯେକୌଣସି ବ୍ୟକ୍ତି ଚାହିଁଲେ, ରାଜ୍ୟର କୌଣସି ବି ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ହାତ ବଢ଼େଇପାରିବେ”।

ମୋ କଲେଜ ଅଭିଯାନ ଓଡ଼ିଶା ସରକାରଙ୍କ ଏକ ସ୍ୱୟଂ ଶାସିତ ସଂସ୍ଥା ଓ ଏହା ଅଧିନରେ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ, ବିଇଡି, ଆଇନ, ମେଡିକାଲ, ପଲିଟେକ୍‌ନିକ ଓ ଇଞ୍ଜିନିୟରିଂ କଲେଜ ସାମିଲ ହେବେ। ଶୁଭାରମ୍ଭ ସମୟରେ ରାଜ୍ୟର ପ୍ରାୟ ୭୫୦ ସରକାରୀ କଲେଜ ଏହି ଅଭିଯାନରେ ସାମିଲ ହୋଇଥିଲେ। ଏହାର ଉଦ୍ଦେଶ୍ୟ, ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ବିଭିନ୍ନ କଲେଜ ସହିତ ଯୋଡ଼ି ହୋଇ ସେମାନଙ୍କର ବିକାଶରେ ଭାଗ ନେଇ ପାରିବେ। ଜଣେ ଆଲୁମୁନି ବା ପ୍ରାକ୍ତନ ଛାତ୍ରଛାତ୍ରୀ ବର୍ଷକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଦେଇ ପାରିବେ। ଏହି ସାହାଯ୍ୟ ଏକ ପଞ୍ଜିକୃତ ସୋସାଇଟି ଜରିଆରେ ପରିଚାଳନା କରାଯିବ। ପୂର୍ବ ବର୍ଷ ଜୁଲାଇରେ ଏହି ମୋ କଲେଜ ଅଭିଯାନ ହେବାନେଇ ଓଡିଶା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ରବିବାର ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ । ଶୁଭାରମ୍ଭ ବେଳେ ମୋ କଲେଜର ଅଧ୍ୟକ୍ଷ ଆକାଶ ଦାସ ନାୟକ, ଓଡ଼ିଶା ସ୍କିଲ ଡେଭଲପ୍ମେଣ୍ଟ ଅଥରିଟି ଅଧ୍ୟକ୍ଷ ସୁବ୍ରତ ବାଗଚି, ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ବିଶିଷ୍ଟ ଲେଖିକା ପ୍ରତିଭା ରାୟ, ଓଲିଉଡ ତାରକା ସିଦ୍ଧାନ୍ତ ମହାପାତ୍ର, , ଶିକ୍ଷା ବିଭାଗର ବହୁ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

The post ‘ମୋ କଲେଜ’ ଅଭିଯାନର ଶୁଭାରମ୍ଭ – ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ ପାଇଁ ହାତ ବଢ଼େଇବେ ପୁରାତନ ଛାତ୍ରଛାତ୍ରୀ appeared first on OdishaLIVE.


Viewing all articles
Browse latest Browse all 11715

Trending Articles