Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି –ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ଶନିବାର ସନ୍ଧ୍ୟା ୬ଟାରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ୱାଗତ କରିବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱର ପହଂଚିବା ପରେ ରାଷ୍ଟ୍ରପତି ସିଧାସଳଖ ରାଜଭବନ ଯିବେ ଓ ସେଠାରେ ରାତ୍ରି ଯାପନ କରିବେ।

ରବିବାର ସକାଳ ୯ଟାରେ ରାଷ୍ଟ୍ରପତି ଝାରସୁଗୁଡ଼ା ବିମାନ ବନ୍ଦର ଦେଇ ରାଉରକେଲା ଅଭିମୁଖେ ଯାତ୍ରା କରିବେ। ରାଉରକେଲାର ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ରାଉରକେଲା ଇସ୍ପାତ କାରଖାନା ପରିସରରେ ଏକ ସୁପର ସ୍ପେଶାଲିଟି ହସ୍ପିଟାଲ ଉଦ୍ଘାଟନ କରିବେ। ଏହାପରେ ସେ ଭୁବନେଶ୍ୱର ଫେରିବେ। ସୋମବାର ସକାଳେ ରାଷ୍ଟ୍ରପତି ପୁରୀ ଯାଇ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବେ। ସେଠାରୁ ସେ କୋଣାର୍କ ମନ୍ଦିର ପରିଦର୍ଶନ କରି ଭୁବନେଶ୍ୱର ଫେରିଆସିବେ । ଅପରାହ୍ନ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାର ବ୍ୟବସ୍ଥା ରହିଛି ।

The post ଆଜି ଓଡ଼ିଶା ଆସିବେ ରାଷ୍ଟ୍ରପତି – ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି appeared first on OdishaLIVE.


Viewing all articles
Browse latest Browse all 11715

Trending Articles