Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଖରାଦିନେ ଖାଆନ୍ତୁନାହିଁ ଏହିସବୁ ଖାଦ୍ୟ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

oily foodଖରାଦିନେ ଖାଦ୍ୟପେୟରେ ସାମାନ୍ୟ ଆବହେଳା କଲେ ଶରୀରକୁ ବହୁ ପ୍ରକାର ରୋଗର ସାମନା କରିବାକୁ ପଡ଼େ। ଏହି ସମୟରେ କୌଣସି ଖାଦ୍ୟ ଅଧିକ ସମୟ ଯାଏଁ ସତେଜ ନରହିବାର ସମ୍ଭାବନା ଅଧିକ ଥାଏ। ତେଣୁ ସଠିକ୍ ଭାବରେ ନିଜ ଖାଦ୍ୟପାନୀୟର ଯତ୍ନ ନନେଲେ ଶରୀର ଅସୁସ୍ଥ ହେବାର ଯଥେଷ୍ଟ ଆଶଙ୍କା ରହିଛି।

ଖରାଦିନରେ ଅଧିକ ତାପମାତ୍ରା ଯୋଗୁଁ ଫଳ, ପନିପରିବା ତଥା ରନ୍ଧା ଖାଦ୍ୟ ଅତିଶୀଘ୍ର ଖରାପ ହୋଇଯାଏ। ଏହି ଖାଦ୍ୟ ଖାଇବା ଦ୍ୱାରା ପେଟ ଖରାପ ହବା, ଗ୍ୟାସ୍ ହେବା, ଝାଡ଼ା ବାନ୍ତି ଆଦି ହୋଇଥାଏ।stale foodଖରାଦିନରେ ଛଣାଛଣି, ତେଲମସଲା ଜାତୀୟ ଖାଦ୍ୟଠୁ ଦୂରେଇ ରହିବା ଆବଶ୍ୟକ। ଏହାଛଡ଼ା ଫ୍ରିଜରେ ୨-୩ ଦିନ ଧରି ରଖାଯାଇଥିବା ଖାଦ୍ୟ ମଧ୍ୟ ଅଧିକ ପରିମାଣରେ ଖାଇବା ଉଚିତ୍ ନୁହେଁ। ଏପରି ଖାଦ୍ୟ ଖାଇଲେ ଗ୍ୟାସ୍ ସମସ୍ୟା ଦେଖାଦେଇଥାଏ।

ଡାକ୍ତରଙ୍କ କହିବା ଅନୁସାରେ ଗରମଦିନରେ ୪ରୁ ୫ ଘଣ୍ଟା ପୂର୍ବରୁ ତିଆରି ହୋଇଥିବା ଖାଦ୍ୟକୁ ଖାଇବା ଅନୁଚିତ୍। ଏହାଦ୍ୱାରା ଫୁଡ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। ଏହି ସମୟରେ ବାୟୁମଣ୍ଡଳରେ ତାପମାତ୍ରା ଅଧିକ ଥିବାରୁ ବ୍ୟାକ୍ଟେରିଆ ଶୀଘ୍ର ସୃଷ୍ଟି ହୋଇଥାନ୍ତି। ୫ରୁ ୬୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ଏହି ବ୍ୟାକ୍ଟେରିଆ ଶୀଘ୍ର ବୃଦ୍ଧି ହୋଇଥାନ୍ତି।milk-in-refrigeratorଏପରିକି ଘଣ୍ଟାକୁ ଏହା ୨ରୁ ୩ ଗୁଣା ବୃଦ୍ଧି ହୋଇଯାଇଥାନ୍ତି, ଯାହାଦ୍ୱାରାକି ଖାଦ୍ୟ ବିଷାକ୍ତ ହୋଇଥାଏ। ଏଭଳି ଖାଦ୍ୟ ଖାଇଲେ ଝାଡ଼ା, ବାନ୍ତି ହୋଇଥାଏ। ଏହାଛଡ଼ା ସାଲାଡ୍ ଓ ଫଳକୁ ଖାଇବା ସମୟରେ ହିଁ କାଟିବା ଆବଶ୍ୟକ। ନହେଲେ ସ୍ୱାସ୍ଥ୍ୟ ସମସ୍ୟା ହେବ।

ସେହିପରି ବାସି କ୍ଷୀର ମଧ୍ୟ ଶରୀର ପାଇଁ ହାନିକାରକ। ଫ୍ରିଜରେ ଥିବା ୨ରୁ ୩ ଦିନର କ୍ଷୀରକୁ ବ୍ୟବହାର କରିବା ଅନୁଚିତ୍। କ୍ଷୀର କିଣିବା ପରେ ଏହାକୁ ଗରମ କରି ବ୍ୟବହାର କରନ୍ତୁ ଏବଂ ଅଧିକ ସମୟ ଧରି ରଖନ୍ତୁ ନାହିଁ। କିଣିବା ସମୟରେ ଏକ୍ସପାୟରୀ ଡେଟ୍ ଦେଖି କିଣିବାକୁ କେବେ ଭୁଲନ୍ତୁ ନାହିଁ।

The post ଖରାଦିନେ ଖାଆନ୍ତୁନାହିଁ ଏହିସବୁ ଖାଦ୍ୟ appeared first on OdishaLIVE.


Viewing all articles
Browse latest Browse all 11715

Trending Articles