Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବଢ଼ିବ ପୁରୁଣା ଓ ନୂଆ ମଟର ଯାନ ପଞ୍ଜୀକରଣ ଫି’

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ପୁରୁଣା ଯାନ ଅର୍ଥାତ୍ ୧୫ ବର୍ଷରୁ ଉର୍ଦ୍ଧ୍ୱ ଯାନର ପଞ୍ଜୀକରଣ ସାର୍ଟିଫିକେଟ(ଆରସି) ନବୀକରଣ ଫି’ ବୃଦ୍ଧି କରାଯିବ। ଚଳିତ ବର୍ଷ ଅକ୍ଟୋବରରୁ ଏହି ଫି’ ଲାଗୁ ହେବାର ସମ୍ଭାବନା ରହିଛି। ଏନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି।

କେନ୍ଦ୍ରୀୟ ମୋଟର ଯାନ ସଂଶୋଧିତ ନିୟମ ୨୦୨୧ରେ ସବୁ ପ୍ରକାର ଯାନର ପଞ୍ଜୀକରଣ ଫି’ ବୃଦ୍ଧି ଓ ପଞ୍ଜୀକରଣ ନବୀକରଣ ଫି’ ବୃଦ୍ଧିର ପ୍ରସ୍ତାବ ରହିଛି। ଏଥିସହ ପୁରୁଣା ଗାଡ଼ିଗୁଡ଼ିକର ଫିଟନେସ୍ ପାଇଁ ଫି’ ମଧ୍ୟ ବୃଦ୍ଧି କରାଯିବ। କେବଳ ପୁରୁଣା ଯାନ ନୁହେଁ ନୂଆ ଯାନର ପଞ୍ଜୀକରଣ ଫି’ ବୃଦ୍ଧି କରିବାକୁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି।

The post ବଢ଼ିବ ପୁରୁଣା ଓ ନୂଆ ମଟର ଯାନ ପଞ୍ଜୀକରଣ ଫି’ appeared first on OdishaLIVE.


Viewing all articles
Browse latest Browse all 11715

Trending Articles