ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଶିକ୍ଷାବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତୀଙ୍କର ରିଭିଜନ କ୍ଲାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କ୍ଲାସ ଆରମ୍ଭରୁ ୨ରୁ ୩ ମାସ ପର୍ଯ୍ୟନ୍ତ ଏହି ରିଭିଜନ କ୍ଲାସ ହେବ। ଏଥିରେ ଛାତ୍ରଛାତ୍ରୀ ପୁରୁଣା ବର୍ଷର ପାଠ ପଢିବେ। ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।
ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ସମସ୍ତେ ପାସ୍ ହେବାନେଇ କିଛିଦିନ ପୂର୍ବରୁ ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଘୋଷଣା କରିଥିଲେ। କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ଘଟିଥିଲା। ତେଣୁ ବିନା ପରୀକ୍ଷାରେ ପାସ୍ ଘୋଷଣା କରାଯାଇଥିବା କହିଥିଲେ ମନ୍ତ୍ରୀ। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି, ଚଳିତ ବର୍ଷ ଏପ୍ରିଲ ମାସରୁ ଶିକ୍ଷା ବର୍ଷ ଆରମ୍ଭ ନହୋଇ ଜୁନ୍ ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି।
The post ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ – ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ ପଢ଼ିବେ ପୁରୁଣା ବର୍ଷର ପାଠ appeared first on OdishaLIVE.