ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଚଳିତ ବର୍ଷ ଏପ୍ରିଲ ୯ରେ ହେବ ଓଟିଇଟି(ଓଡ଼ିଶା ଶିକ୍ଷକ ଯୋଗ୍ୟତା) ପରୀକ୍ଷା। ଏହି ପରୀକ୍ଷା ଅଫଲାଇନରେ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ପରୀକ୍ଷା ପାଇଁ ରାଜ୍ୟରେ ୪୯୧ ସେଣ୍ଟର ସ୍ଥିର କରାଯାଇଛି। ଗୋଟିଏ ଦିନରେ ପେପର-୧ ଓ ପେପର-୨ ପରୀକ୍ଷା ହେବ।
ପେପର-୧ ପରୀକ୍ଷା ସକାଳ ୮ଟାରୁ ୧୦.୩୦ ପର୍ଯ୍ୟନ୍ତ ହେବ। ପେପର-୨ ମଧ୍ୟାହ୍ଣ ୧୨ଟାରୁ ୨.୩୦ ପର୍ଯ୍ୟନ୍ତ ହେବ। ଓଏମଆର ପଦ୍ଧତିରେ ପରୀକ୍ଷା ହେବ। ଏବର୍ଷ ପାଖାପାଖି ୧ ଲକ୍ଷରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି।
ରାଜ୍ୟରେ କରୋନା ଭୟ ଟଳି ନଥିବାରୁ ପରୀକ୍ଷାର୍ଥୀମାନଙ୍କ ପାଇଁ କରୋନା କଟକଣା ଜାରି କରାଯାଇଛି। ସେମାନଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ଏଥିସହ ସେଣ୍ଟରମାନଙ୍କରେ ସାନିଟାଇଜରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନଙ୍କ ପାଖରେ ଥଣ୍ଡା, ଜର ଆଦିର ଲକ୍ଷଣ ଥିବ, ସେମାନଙ୍କୁ ଅଲଗା ବସାଇ ପରୀକ୍ଷା ଦେବାକୁ ଅନୁମତି ଦିଆଯାଇଛି।
The post ଏପ୍ରିଲ ୯ରେ ଓଟିଇଟି – ୪୯୧ ସେଣ୍ଟରରେ ହେବ ପରୀକ୍ଷା appeared first on OdishaLIVE.