ଓଡ଼ିଶାଲାଇଭ୍ ବ୍ୟୁରୋ![]()
ରାଜ୍ୟରେ ପାସପୋର୍ଟ ଆବେଦନକାରୀଙ୍କ ପାଇଁ ଖୁସିଖବର। ଏଣିକି ମୋବାଇଲ ଆପ୍ରେ ପୋଲିସ କରିବ ପାସପୋର୍ଟ ଭେରିଫିକେସନ। ଏଥିପାଇଁ ଆଉ ଥାନାକୁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ। ଏଥିପାଇଁ ‘ଏମ ପୋଲିସ’ ମୋବାଇଲ ଆପ୍ ବ୍ୟବସ୍ଥା ଆରମ୍ଭ କରିଛି ଓଡ଼ିଶା ପୋଲିସ।
ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ପାସପୋର୍ଟର ତୁରନ୍ତ ଭେରିଫିକେସନ ନିମନ୍ତେ ଓଡ଼ିଶା ପୋଲିସ ପକ୍ଷରୁ ଏହି ମୋବାଇଲ ଆପ ବ୍ୟବସ୍ଥା କରାଯାଇଛି। ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ନିର୍ଦ୍ଧାରିତ ଅବଧି ମଧ୍ୟରେ ଶେଷ କରିବା ଦିଗରେ ଏହା ବେଶ୍ ସହାୟକ ହେବ। ଏହି ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୦୦ଟି ପୋଲିସ ଷ୍ଟେସନକୁ ଟାବଲେଟ୍ ଦିଆଯାଇଥିବାବେଳେ, ବାକି ଥାନାଗୁଡ଼ିକୁ ମାର୍ଚ୍ଚ ସୁଦ୍ଧା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ବ୍ୟବସ୍ଥା ପାଇଁ ରାଜ୍ୟର ୫୫୩ଟି ପୋଲିସ ଷ୍ଟେସନକୁ ଟାବଲେଟ୍ ପ୍ରଦାନ କରାଯିବ।
ପାସପୋର୍ଟ ଆବେଦନ କରିବା ପରେ ଭେରିଫିକେସନ ପାଇଁ ଡାକଯୋଗେ ଜିଲ୍ଲା ପୋଲିସ ମୁଖ୍ୟାଳୟ, ଏସପି-ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନକୁ ଆସୁଥିଲା। ସେଠାରୁ ସମ୍ପୃକ୍ତ ଥାନାଗୁଡ଼ିକୁ ପଠାଯାଉଥିଲା। ସେହି ଥାନା କର୍ମଚାରୀ ଏହି ପାସପୋର୍ଟ ଆବେଦନକାରୀଙ୍କ ତଥ୍ୟ ଯାଞ୍ଚ କରି, ଜିଲ୍ଲା ପୋଲିସର ପାସପୋର୍ଟ ବିଭାଗକୁ ପଠାଉଥିଲେ । ଏଥିପାଇଁ ଆବେଦନକାରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା । କିନ୍ତୁ ଏବେ ଏହି ‘ଏମ ପୋଲିସ’ ଆପ୍ ସେବା ଫଳରେ ଖୁବ୍ କମ୍ ସମୟ ବ୍ୟବଧାନରେ ଆବେଦନକାରୀ ପାସପୋର୍ଟ ପାଇପାରିବେ ।
The post ‘ଏମ ପୋଲିସ’ ମୋବାଇଲ ଆପ୍ରେ ହେବ ପାସପୋର୍ଟ ଭେରିଫିକେସନ appeared first on OdishaLIVE.