Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଡିଏମଆରସି ପଦରୁ ଇସ୍ତଫା ଦେଲେ ମେଟ୍ରୋ ମ୍ୟାନ୍ ଇ.ଶ୍ରୀଧରନ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ମେଟ୍ରୋ ମ୍ୟାନ୍ ପଦ୍ମବିଭୂଷଣ ଇ. ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ରେଳ ନିଗମ(ଡିଏମଆରସି)ର ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି। ଦିଲ୍ଲୀ ମେଟ୍ରୋ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି। ଆଗକୁ ଆସୁଥିବା କେରଳ ନିର୍ବାଚନରେ ସକ୍ରିୟ ଅଂଶ ଗ୍ରହଣ କରିପାରନ୍ତି ବୋଲି ଡିଏମଆରସି ପଦରୁ ଶ୍ରୀଧରନ ଇସ୍ତାଫା ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ଶ୍ରୀଧରନ ବିଜେପିରେ ଯୋଗଦେବା ପରେ କେରଳରେ ଦଳକୁ ନୂଆ ଶକ୍ତି ଯୋଗାଇଛି। ତାଙ୍କୁ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଉପସ୍ଥାପନ କରାଗଲାଣି। କେରଳରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କହିଥିଲେ କେରଳର ବିଜେପି ମୁଖ୍ୟ କେ ସୁଦର୍ଶନ। ଏକଦା ‘ଦିଲ୍ଲୀ ମେଟ୍ରୋ’ର ପରିକଳ୍ପନା କରି ଦେଶବାସୀଙ୍କ ହୃଦୟ ଜିତିଥିବା ଶ୍ରୀଧରନଙ୍କ ପାଇଁ କେରଳର ମଧ୍ୟବିତ୍ତ ଭୋଟର ବିଜେପିକୁ ଢଳିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଶ୍ରୀଧରନ ୧୯୫୪ ମସିହାରେ ଭାରତୀୟ ରେଳବାଇରେ ସହକାରୀ ଇଞ୍ଜିନିୟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୧୯୬୪ ରେ ପମ୍ବାନ ବ୍ରିଜକୁ ସଫଳତାର ସହ ପୁନରୁଦ୍ଧାର କରିବା ପରେ ସେ ଖ୍ୟାତି ଅର୍ଜନ କରିଥିଲେ। ୧୯୭୦ରେ ତାଙ୍କୁ କୋଲକାତା ମେଟ୍ରୋ ଦାୟିତ୍ୱ ଦିଆଯାଇଥିଲା। ୧୯୯୫ ପରଠାରୁ ସେ ଡିଏମଆରସି ସହିତ ଯୋଡ଼ି ହୋଇଯାଇଥିଲେ। ଦେଶର ବିଭିନ୍ନ ମେଟ୍ରୋ ପ୍ରକ୍ଳପକୁ ଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ।

The post ଡିଏମଆରସି ପଦରୁ ଇସ୍ତଫା ଦେଲେ ମେଟ୍ରୋ ମ୍ୟାନ୍ ଇ.ଶ୍ରୀଧରନ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images