Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଜାଗର ପାଇଁ ରାଜଧାନୀରେ ଟ୍ରାଫିକ କଟକଣା – ଜାଣନ୍ତୁ କେଉଁ ବାଟ ଦେଇ ଯିବେ?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଗୁରୁବାର ମହାଶିବରାତ୍ରି ବା ଜାଗର। ଏନେଇ ସମସ୍ତ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଜାଗରକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। କରୋନା ପାଇଁ ମଙ୍ଗଳବାର ସମସ୍ତ ସେବାୟତଙ୍କର କରୋନା ଟେଷ୍ଟ କରାଯାଇଛି। ଚଳିତ ବର୍ଷ କରୋନା କଟକଣା ଭିତରେ ମହାଶିବରାତ୍ରି ପାଳନ ହେଉଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଛି। ଜାଗର ଦିନ ମନ୍ଦିର ପରିସର ଓ ବାହାରେ ଗହଳି ନକରିବାକୁ ସ୍ୱତନ୍ତ୍ର ରିଲିଫ କମିସନର ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମେଳା ଉପରେ ମଧ୍ୟ କଟକଣା ଲାଗିଛି । ତେବେ ଜାଗର ଦିନ ଗହଳିକୁ ନଜରରେ ରଖି, ଲୋକମାନେ କେଉଁ ବାଟ ଦେଇ ଯିବେ, ସେ ନେଇ କମିସନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

କେଉଁ ବାଟ ଦେଇ ଯିବେ

  • ମାଉସୀ ମା ପାର୍ଶ୍ଵରୁ ରଥଯାତ୍ରା ରୋଡକୁ ଆସୁଥିବା ଚାରି ଚକିଆ ଯାନକୁ ଛଡ଼ା ଯିବନାହିଁ। ଉକ୍ତ ଯାନ ଗୁଡ଼ିକ ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ହୋଇ କେଦାର ଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରି ପାରିବେ। ଭିଆଇପି ଗାଡ଼ି ଗୁଡ଼ିକ ରଥ ରୋଡରେ ଲିଙ୍ଗରାଜ ମନ୍ଦିରର ଉତ୍ତର ଦ୍ୱାର ପର୍ଯ୍ୟନ୍ତ ତିନିମୁଣ୍ଡିଆ ଓ ବଢ଼େଇବାଙ୍କ ଛକ ଦେଇ ଯାଇ ପାର୍କି କରିପାରିବେ ।
  • ରବି ଟକିଜ ପଟରୁ ଆସୁଥିବା ସମସ୍ତ ଗାଡ଼ି କଚରାପିଣ୍ଡି ପର୍ଯ୍ୟନ୍ତ ଯିବେ। ସେଠାରେ ଚାରିଚକିଆ ଯାନ ଗୁଡ଼ିକ କେଦାରେ ଗୌରୀ ମନ୍ଦିର ରାସ୍ତାର ଉଭୟ ପଟେ ପାର୍କିଂ କରି ପାରିବେ ଏବଂ ଦୁଇ ଚକିଆ ଯାନ ଗୁଡ଼ିକ କଚରାପିଣ୍ଡିରୁ କୋଟିତୀର୍ଥ ଗଳିର ବାମକୁ ଯାଇ ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାର୍ଶ୍ଵରେ ପାର୍କିଂ କରିପାରିବେ।
  • ଗ୍ୟାରେଜ ଛକ ଓ ସାମନ୍ତରାପୁର ପଟରୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପ୍ଲେକ୍ସ ପାର୍କିଂ ସ୍ଥାନକୁ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡ଼ିକ ପାର୍କିଂ କରିପାରିବେ।
  • କେଉଟ ସାହି ପଟରୁ ଆସୁଥିବା ଗାଡ଼ି ଗୁଡ଼ିକୁ କେଦାର ଗଳି ତାରିଣୀ ରିସର୍ଟ ଓ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପ୍ଲେକ୍ସ ପାର୍କିଂ ସ୍ଥାନକୁ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ଗାଡ଼ିଗୁଡ଼ିକ ପାର୍କିଂ କରିପାରିବେ।
  • ଦକ୍ଷିଣ କାଳି ମନ୍ଦିର ରାସ୍ତା ଓ ତାରାସୁନ୍ଦରୀ ରାସ୍ତା ପଟରୁ ଆସୁଥିବା ସମସ୍ତ ଗାଡ଼ି ଗୁଡ଼ିକୁ ଏସ ଏମ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପଡ଼ିଆକୁ ଛଡ଼ାଯିବ। ଯେଉଁଠାରେ ସେଗୁଡ଼ିକ ପାର୍କିଂ ହୋଇପାରିବ।
  • ପୁନାମା ଗେଟ ପଟରୁ ଆସୁଥିବା ସମସ୍ତ ୪ ଚକିଆ ଗାଡ଼ିକୁ ଜାମ୍ବେଶ୍ୱର ପାଟଣା ଛକରୁ ବଢେଇବାଙ୍କ ଆଡ଼କୁ ଛଡ଼ାଯିବ ନାହିଁ। ଉକ୍ତ ଯାନ ଗୁଡ଼ିକ ଆରଆଇ ଅଫିସ ପଡ଼ିଆରେ ପାର୍କିଂ କରିପାରିବେ। ସେହି ଦିଗରୁ ଦୁଇ ଚକିଆ ଗାଡ଼ି ଗୁଡ଼ିକୁ ବଢେଇବାଙ୍କ ଦେଇ ଏସ ଏମ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପଡ଼ିଆକୁ ପାର୍କିଂ ପାଇଁ ଛଡ଼ାଯିବ।
  • ରଥ ରୋଡରୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ଗୁଡ଼ିକୁ ବଢ଼େଇବାଙ୍କ ଦେଇ ଏସ ଏମ ହାଇସ୍କୁଲ ଓ ବିଏମ ହାଇସ୍କୁଲ ପଡ଼ିଆକୁ ପାର୍କିଂ ପାଇଁ ଛଡ଼ାଯିବ।
  • ସମସ୍ତ ବସ ଗୁଡ଼ିକ ଗ୍ୟାରେଜ ଛକରୁ ଇଲେକଟ୍ରିକ ସବଷ୍ଟେସନ ଛକ ଦେଇ ବିଏମସି ମାର୍କେଟ କମ୍ପ୍ଲେକ୍ସ ପାର୍କିଂ ସ୍ଥାନକୁ ଛଡ଼ାଯିବ। ସେଠାରେ ନିର୍ଦ୍ଧାରିତ ସ୍ଥାନରେ ଗାଡ଼ିଗୁଡ଼ିକୁ ପାର୍କିଂ କରିପାରିବେ।
  • ବିନ୍ଦୁସାଗର ପଟରୁ ଭଜନ ମଣ୍ଡପ ଆଡ଼କୁ କୌଣସି ଯାନ ଛଡ଼ା ଯିବନାହିଁ। ହାଟ ସାହି ଛକରୁ ଭଜନ ମଣ୍ଡପ, ଭଜନ ମଣ୍ଡପଠାରୁ ବଢ଼େଇବାଙ୍କ ଓ ସିଂହଦ୍ୱାରଠାରୁ ଇଲେକଟ୍ରିକ ସବଷ୍ଟେସନବ୍ଲକିଙ୍ଗ ସ୍ଥାନ ପର୍ଯ୍ୟନ୍ତ ରାସ୍ତା ଗୁଡ଼ିକୁ ପଦଚାରୀ ଜୋନ ହିସାବରେ ଘୋଷଣା କରାଯାଇଛି। କେବଳ ଭିଆଇପି ଗାଡ଼ି ଗୁଡ଼ିକ ଉତ୍ତର ଦ୍ୱାରା ସାମ୍ନାରେ ଥିବା ନିର୍ଦ୍ଧାରିତ ସ୍ଥାନରେ (ରଥ ଖଳା ଓ ବଢ଼େଇବାଙ୍କ ମଧ୍ୟରେ) ପାର୍କିଂ ହେବ।

ଏହି ନିର୍ଦ୍ଦେଶଗୁଡ଼ିକ ମହାଶିବରାତ୍ରି ଅର୍ଥାତ୍ ଗୁରୁବାର ଦିନ ୨ଟାରୁ ମହାଦୀପ ଉଠିବା ପର୍ଯ୍ୟନ୍ତ ତଥା ଗହଳି କମିବା ପର୍ଯ୍ୟନ୍ତ ବଳବତ୍ତର ରହିବ।

The post ଜାଗର ପାଇଁ ରାଜଧାନୀରେ ଟ୍ରାଫିକ କଟକଣା – ଜାଣନ୍ତୁ କେଉଁ ବାଟ ଦେଇ ଯିବେ? appeared first on OdishaLIVE.


Viewing all articles
Browse latest Browse all 11715

Trending Articles