Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଭୁଲ ତଥ୍ୟ ଦେଇ ଟିକାନେଲେ ହେବ କାର୍ଯ୍ୟାନୁଷ୍ଠାନ –ପରିବାର କଲ୍ୟାଣ ନିର୍ଦ୍ଦେଶକ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶବ୍ୟାପୀ ଆରମ୍ଭ ହୋଇଯାଇଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣ। ଏହାରି ମଧ୍ୟରେ ଯଦି କୌଣସି ବ୍ୟକ୍ତି ଭୁଲ ତଥ୍ୟ ଦେଇ ଟିକା ନେଇଥିବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର।

ମାର୍ଚ୍ଚ ୧ରୁ ଟିକାକରଣ ଆରମ୍ଭ ହୋଇଛି। କିଛି ବ୍ୟକ୍ତି ଭୁଲ ତଥ୍ୟ ଦେଇ ଟିକା ନେଉଛନ୍ତି। ଏଭଳି କ୍ଷେତ୍ରରେ ସେମାନଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ରୋଗ ସମ୍ପର୍କରେ ତାଲିମପ୍ରାପ୍ତ ଡାକ୍ତରଙ୍କଠାରୁ ପ୍ରମାଣପତ୍ର ଆଣିବାକୁ କୁହାଯାଇଛି।

ରାଜ୍ୟରେ ୨୪ ଘଣ୍ଟିଆ ଟିକାକରଣ ନେଇ ପ୍ରସ୍ତୁତି ଚାଲିଛି। ଏଣିକି ହସ୍ପିଟାଲରେ ଟିକାକରଣ ପାଇଁ ସମୟର ପ୍ରତିବନ୍ଧକ ଲଗାଯିବ ନାହିଁ। ପୂର୍ବରୁ ଯେଉଁ ସମୟ ନିର୍ଦ୍ଧାରଣ କରାଯାଇଥିଲା, ସେଥିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟସରକାରଙ୍କ ସହ ସ୍ୱାସ୍ଥ୍ୟ ବିଭାଗର ଆଲୋଚନା ପରେ, ରାଜ୍ୟରେ କିଭଳି ଟିକାକରଣ କରାଯିବ, ତାହାର ନିଷ୍ପତ୍ତି ନିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟରେ ୫୮ ହଜାର ୧୪୯ ଜଣ ବ୍ୟକ୍ତି ଟିକା ନେଇସାରିଲେଣି। ସେମାନଙ୍କ ମଧ୍ୟରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ୨୩ ହଜାର ୭୯୨ ଜଣ ନେଇଥବାବେଳେ, ୪୫ ରୁ ୬୦ ବର୍ଷରେ ଜଟିଳ ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ୧ ହଜାର ୪୨ ଜଣ ଟିକା ନେଇସାରିଛନ୍ତି।

The post ଭୁଲ ତଥ୍ୟ ଦେଇ ଟିକାନେଲେ ହେବ କାର୍ଯ୍ୟାନୁଷ୍ଠାନ – ପରିବାର କଲ୍ୟାଣ ନିର୍ଦ୍ଦେଶକ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images