Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସେନାରେ ଭର୍ତ୍ତି ହେବା ପାଇଁ କେମିତି କରିବେ ପ୍ରସ୍ତୁତି?

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ସେନାରେ ନିଯୁକ୍ତି ପାଇଁ ବିଦ୍ୟାର୍ଥୀମାନେ ଛୋଟବେଳୁ ମନ ବଳାଇଥାନ୍ତି। କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ କିଛିଜଣ ଏହାକୁ ସାକାର ମଧ୍ୟ କରିଥାନ୍ତି। ତେବେ ଭାରତୀୟ ସେନାର ନିଯୁକ୍ତି ପାଇଁ ବିଭିନ୍ନ ପର୍ଯ୍ୟାୟ ରହିଛି। ଏଥିପାଇଁ ଜୋରଦାର ପ୍ରସ୍ତୁତି କରିବାକୁ ପଡ଼େ।

ପର୍ଯ୍ୟାୟଗୁଡ଼ିକ

  • ଡକ୍ୟୁମେଣ୍ଟ ପ୍ରିପାରେସନ୍
  • ରେସିଂ ଏବଂ ଫିଜିକାଲ ଟେଷ୍ଟ
  • ମେଡିକାଲ ଟେଷ୍ଟ
  • ଲିଖିତ ପରୀକ୍ଷା ବା ରିଟେନ୍ ଟେଷ୍ଟ

ପ୍ରସ୍ତୁତି

ଭାରତୀୟ ସେନାରେ ନିଯୁକ୍ତି ପାଇବା ପାଇଁ ପ୍ରସ୍ତୁତି ହେଉଥିବା ପ୍ରାର୍ଥୀମାନେ ସର୍ବଦା ନିଜକୁ ସମସ୍ତ ପ୍ରକାରର ଖବର ସହ ଅପଡେଟ୍ ରୁହନ୍ତୁ। କୌଣସି ସୁଯୋଗକୁ ହାତଛଡ଼ା କରନ୍ତୁନାହିଁ। ଆପଣଙ୍କ ଅଞ୍ଚଳରେ ଅନୁଷ୍ଠିତ ହେବାକୁ ଯାଉଥିବା ସୈନ୍ୟବାହିନୀ ନିଯୁକ୍ତି ରାଲି କିମ୍ବା ଅନ୍ୟ ଭାରତୀୟ ରାଲି ବିଷୟରେ ଅବଗତ ରୁହନ୍ତୁ ଏବଂ ସେଥିରେ ଭାଗ ନିଅନ୍ତୁ।

ଡକ୍ୟୁମେଣ୍ଟ ପ୍ରିପାରେସନ୍:

ଇଣ୍ଡିଆନ ଆର୍ମୀ ପାଇଁ ପ୍ରସ୍ତୁତ ହେଉଥିବା ପ୍ରାର୍ଥୀମାନେ ସବୁବେଳେ ନିଜର ସମସ୍ତ ଶିକ୍ଷାଗତ ସାର୍ଟିଫିକେଟ୍ ଦାୟିତ୍ୱରେ ରଖନ୍ତୁ। ଯଦି ସାର୍ଟିଫିକେଟ୍ ଭେରିଫିକେସନ୍ ସମୟରେ କୌଣସି ଅସୁବିଧା ହୁଏ ତେବେ ଆପଣଙ୍କ ନିଯୁକ୍ତି ପ୍ରତ୍ୟାଖାନ ହୋଇପାରେ।ରେସିଂ ଏବଂ ଫିଜିକାଲ ଟେଷ୍ଟ:

ଏହି ପର୍ଯ୍ୟାୟରେ ଆପଣ ଭାରତୀୟ ସେନା ପାଇଁ ଫିଟ୍ କି ନାହିଁ ତାହାର ପରୀକ୍ଷା ହୁଏ। ଦୌଡ଼ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଫିଜିକାଲ ଟେଷ୍ଟ ଦେଇ ପ୍ରାର୍ଥୀମାନଙ୍କୁ ଗତି କରିବାକୁ ହୁଏ। ତେବେ ଏଥିପାଇଁ ଆପଣଙ୍କୁ ବହୁଦିନ ଧରି ଲଗାତାର ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଫିଜିକାଲ ଟେଷ୍ଟର ଅତିକମରେ ୩ ମାସ ପୂର୍ବରୁ ପ୍ରାକ୍ଟିସ୍ ଜାରି ରଖିଲେ ଯାଇ ଆପଣ ନିଜର ଷ୍ଟାମିନା ବା ଶକ୍ତି ବଢ଼ାଇପାରିବେ। ଆପଣ ନିଜର ସବୁଦିନିଆ ରୁଟିନରେ ଏହି ସବୁ ପ୍ରାକ୍ଟିସ୍ କରିପାରିବେ ଯେପରିକି –

  • ଦୌଡ଼- ୧୫ ମିନିଟରେ ୨ରୁ ୪ କି.ମି
  • ସ୍କିପିଂ
  • ପୁସ୍ ଅପ୍ସ୍ ଏବଂ ସିଟ୍-ଅପ୍ସ୍- ପ୍ରତ୍ୟକ ୨୦ ଲେଖାଏଁ
  • ଚିନ୍-ଅପ୍ସ୍- ଅତିକମରେ ୮ ଥର
  • ରୋପ୍-କ୍ଲାଇବିଂ- ୩ରୁ ୪ମିଟର

ମୁଖ୍ୟ କଥା ହେଲା ଏହି ସବୁରେ ରେଗୁଲାରିଟିର ଆବଶ୍ୟକତା ରହିଛି। ତେଣୁ ପ୍ରତିଦିନ ଅଭ୍ୟାସ ଜାରି ରଖିବା ନିତ୍ୟାନ୍ତ ଆବଶ୍ୟକ।

ମେଡିକାଲ ଟେଷ୍ଟ:

ଯଦି ଆପଣ ଶାରିରୀକ ଏବଂ ମାନସିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିବେ ତେବେ ଏହି ଟାୟାର ବିନା କିଛି ଅସୁବିଧାରେ ପାର କରିପାରିବେ। ଏହି ପ୍ରକ୍ରିୟାରେ ଆପଣ ସଂପୂର୍ଣ୍ଣ ଶରୀରର ମେଡିକାଲ ଟେଷ୍ଟ କରାଯିବ ଯଥା-

  • ପ୍ରଥମ ଦିନ – ବ୍ଲଡ୍ ଟେଷ୍ଟ, ୟୁରିନ୍ ଟେଷ୍ଟ, ଚେଷ୍ଟ ଏକ୍ସ-ରେ, ଅଲ୍ଟ୍ରାସାଉଣ୍ଡ
  • ଦ୍ୱିତୀୟ ଦିନ – କାନ, ନାକ ଏବଂ ଜିଭ ପରୀକ୍ଷା
  • ତୃତୀୟ ଦିନ – ସର୍ଜିକାଲ ଏକ୍ସାମିନେସନ୍
  • ଚତୁର୍ଥ ଦିନ – ଆଖି ଏବଂ ଦାନ୍ତ ପରୀକ୍ଷା
  • ପଞ୍ଚମ ଦିନ- ଜେନେରାଲ ମେଡିକାଲ (ଉଚ୍ଚତା, ଓଜନ, ରକ୍ତ ଚାପ, ହୃଦସ୍ପନ୍ଦନ)

ନିଜ ଅଙ୍ଗପ୍ରତ୍ୟଙ୍ଗ ସହ ନିଜର ପ୍ରତିଦିନିଆ ଖାଦ୍ୟପେୟର ସଠିକ୍ ଧ୍ୟାନ ରଖିବା ସହ ଅସ୍ଵାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ।

ଲିଖିତ ପରୀକ୍ଷା:

  • ସବୁଦିନ ପଢ଼ନ୍ତୁ, ଏହା ଦ୍ୱାରା ଆପଣ ପଢ଼ୁଥିବା ପାଠ ଭୁଲିବେନି
  • ପ୍ରାକ୍ଟିସ୍ ପେପର୍ ସମାଧାନ କରନ୍ତୁ
  • ପଢ଼ିଥିବା ପାଠ ରିଭିଜନ୍ କରନ୍ତୁ
  • ନିଜର ନୋଟ୍ସ୍ ବନାନ୍ତୁ
  • ସବୁଦିନ ଖବରକାଗଜ ପଢ଼ନ୍ତୁ
  • ଲିଖିତ ପରୀକ୍ଷାରେ ଆସୁଥିବା ବିଷୟଗୁଡ଼ିକ ଉପରେ ସଂପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ ଚେଷ୍ଟା କରନ୍ତୁ।

ଭାରତୀୟ ସେନାରେ ନିଜକୁ ସାମିଲ୍ କରିବା ପାଇଁ ପ୍ରାର୍ଥୀମାନଙ୍କୁ ଉଭୟ ଶାରିରୀକ ଏବଂ ଶିକ୍ଷାଗତ ବହୁ ପରିଶ୍ରମ କରିବାକୁ ପଡ଼ିଥାଏ। ନିଷ୍ଠାର ସହ ପ୍ରସ୍ତୁତି କରିଥିବା ପ୍ରାର୍ଥୀଙ୍କୁ ନିଶ୍ଚୟ ସଫଳତା ମିଳେ। ତେଣୁ ଏହି ସବୁ ଦିଗ ପ୍ରତି ଧ୍ୟାନ ଦେଲେ ଆପଣଙ୍କ ପାଇଁ ଭାରତୀୟ ସେନାରେ ନିଯୁକ୍ତି ପାଇବା ସହଜ ହୋଇପାରେ।

The post ସେନାରେ ଭର୍ତ୍ତି ହେବା ପାଇଁ କେମିତି କରିବେ ପ୍ରସ୍ତୁତି? appeared first on OdishaLIVE.


Viewing all articles
Browse latest Browse all 11715