Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସ୍କୁଲ ଯିବେ ଓଲିଉଡ ଡିଭା ଅର୍ଚ୍ଚିତା – ରୋଲ୍‌ ନମ୍ବର ୨୭

$
0
0

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ନୂଆ ରୂପରେ, ନୂଆ ଢଙ୍ଗରେ ଆସୁଛନ୍ତି ଓଲିଉଡ ଅଭିନେତ୍ରୀ ଅର୍ଚ୍ଚତା। ଏଥର ଓକିଲ ନୁହେଁ କି ପୋଲିସ ଅଫିସର ନୁହେଁ ବରଂ ଏକଦମ ସିଧାସାଧା ଗାଉଁଲି ଝିଅ ହୋଇ ଦର୍ଶକଙ୍କ ମନୋରରଞ୍ଜନ କରାଇବେ ଏହି ଓଲିଉଡ ଡିଭା। ଖାଲି ସେତିକି ନୁହେଁ ଫିଲ୍ମରେ ଅର୍ଚ୍ଚିତା ସ୍କୁଲ ୟୁନିଫର୍ମ ପିନ୍ଧି, କାନ୍ଧରେ ବ୍ୟାଗ ପକାଇଥିବା ଦେଖିବାକୁ ମିଳିବ। ସବୁଠୁ ଖାସ କଥା ହେଉଛି ଏଥିରେ ଅର୍ଚ୍ଚିତାଙ୍କ ନାଁ ରହିଛି ସୁଜାତା ସେନାପତି। ସ୍କୁଲରେ ତାଙ୍କର ରୋଲ ନମ୍ବର ରହିଛି ୨୭।

ଓଲିଉଡର ଏହି ସୁନ୍ଦରୀ ନାୟିକାଙ୍କୁ ପ୍ରଥମ ଥର ପାଇଁ ଏଭଳି ଲୁକ୍‌ରେ ଦର୍ଶକ ଦେଖିବେ।

ଜି ସାର୍ଥକ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ଏହି ଫିଲ୍ମରେ ଅଶୋକ ପତି ନିର୍ଦ୍ଦେଶନା ଦେଉଥିଲା ବେଳେ ଦୀପକ ମିଶ୍ର ଏହାର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।

ଏହି ସିନେମାଟି ଫେବ୍ରୁଆରି ୨୧ ତାରିଖ ସନ୍ଧ୍ୟା ୬ଟାରେ ଜି ସାର୍ଥକରେ ଦେଖିପାରିବେ ଦର୍ଶକ। ଅର୍ଚ୍ଚିତାଙ୍କ ବ୍ୟତୀତ ଏହି ଫିଲ୍ମରେ ମିହିର ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡାଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି।

ପୂର୍ବରୁ ଅର୍ଚ୍ଚିତା ଏସିପି ସାଗରିକା, ଚାମ୍ପିୟନ ଭଳି ନାରୀକେନ୍ଦ୍ରୀକ ଫିଲ୍ମରେ ଦମଦାର ଅଭିନୟ କରି ଦର୍ଶକଙ୍କ ମନ ଜିତିଥିଲା ବେଳେ ଏବେ ରୋଲ ନମ୍ବର ୨୭ – ସୁଜାତା ସେନାପତି ଫିଲ୍ମଟି ଦର୍ଶକଙ୍କ ମନ ଛୁଇଁବ ବୋଲି ନିର୍ମାତା ଅଶାବାଦୀ ଅଛନ୍ତି।

The post ସ୍କୁଲ ଯିବେ ଓଲିଉଡ ଡିଭା ଅର୍ଚ୍ଚିତା – ରୋଲ୍‌ ନମ୍ବର ୨୭ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images