Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଫେବ୍ରୁଆରି ୧ରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ସୋମବାରଠାରୁ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ସବୁ ପୁଣି ଖୋଲିବ। ସେହିଭଳି ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ କେବେ ଖୋଲାଯିବ ଗଣଶିକ୍ଷା ବିଭାଗ ସେହି ନିଷ୍ପତ୍ତି ନେବ। ଫେବ୍ରୁଆରି ମାସ ପାଇଁ ସରକାର ଯେଉଁ କରୋନା ଗାଇଡଲାଇନ ଜାରି କରିଛନ୍ତି ସେଥିରେ ଏସବୁ ବିଷୟରେ କୁହାଯାଇଛି।

ତେବେ ଅନୁସୂଚିତ ଜାତି ଓ ଜନଜାତି ପିଲାଙ୍କ ପାଇଁ କେବେ ସ୍କୁଲ ଖୋଲିବ ସେହି ନିଷ୍ପତ୍ତି ସମ୍ପୃକ୍ତ ବିଭାଗ ନେବ। କଲେଜ ଓ ହଷ୍ଟେଲ କେବେ ଖୋଲିବ ସେହି ଦାୟିତ୍ୱ ଉଚ୍ଚ ଶିକ୍ଷା ବିଭାଗ ଉପରେ ଛାଡିଦିଆଯାଇଛି। ଠିକ ସେହିଭଳି ଥିଓରୀ ପରୀକ୍ଷା ଓ ପ୍ରାକ୍ଟିକାଲ ମଧ୍ୟ ହେବ ଓ କଲେଜ ଏହାର ନିଷ୍ପତ୍ତି ନେବେ।

ବିଶ୍ୱ ମହାମାରୀ କରୋନା ଯୋଗୁଁ ଗତ ୧୦ ମାସ ହେଲା ରାଜ୍ୟରେ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିଛି।

The post ଫେବ୍ରୁଆରି ୧ରୁ ରାଜ୍ୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images