Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କେନ୍ଦ୍ରକୁ ୭୨୦୦ କୋଟି ଟଙ୍କା ମାଗିଲା ଓଡ଼ିଶା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା କେନ୍ଦ୍ର ବଜେଟ ୨୦୨୧-୨୨ ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ଲମ୍ବା ତାଲିକା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦିଆଯାଇଛି। ରେଳ, ଟେଲିକମ ଓ ଜାତୀୟ ରାଜପଥ ପାଇଁ ଅଧିକ ଟଙ୍କା ଦିଆଯାଉ ବୋଲି ଓଡ଼ିଶା ସରକାର କେନ୍ଦ୍ର ପାଖରେ ଦାବି କରିଛନ୍ତି। ସୋମବାର ଦିନ ଭିଡିଓ କନଫରେନ୍ସିଂ ଜରିଆରେ ଓଡ଼ିଶା ସରକାରଙ୍କ ସହ ଅର୍ଥମନ୍ତ୍ରୀ ସୀତାରମଣଙ୍କର ପ୍ରାକ୍ ବଜେଟ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କ‘ଣ କ‘ଣ ମାଗିଛନ୍ତି ତା’ର ବିବରଣୀ ଜାଣନ୍ତୁ।

ରେଳ ଭିତ୍ତିଭୂମି

ଆଗାମୀ ବଜେଟରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଓଡ଼ିଶା ସରକାର ୭,୨୦୦ କୋଟି ଟଙ୍କା ମାଗିଛନ୍ତି। ଏଥିରେ ରହିଛି ଚାଲୁ ରହିଥିବା ପ୍ରକଳ୍ପ, ନୂଆ ପ୍ରକଳ୍ପ, ଷ୍ଟେସନ ଆଧୁନିକୀକରଣ, ରେଳ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କ ନିର୍ମାଣ ଇତ୍ୟାଦି।

ଟେଲିକମ

ରାଜ୍ୟରେ ଟେଲିକମ ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ୫୬୫୦ କୋଟି ଟଙ୍କା ମଗାଯାଇଛି।

ଜାତୀୟ ରାଜପଥ

ଓଡ଼ିଶା ସରକାରଙ୍କ ପକ୍ଷରୁ ରାଜପଥ ପାଇଁ ନିର୍ଦ୍ଦିଷ୍ଟ ପରିମାଣର ଟଙ୍କା ମଗାଯାଇ ନାହିଁ। କିନ୍ତୁ ଜାତୀୟ ରାଜପଥର ବିକାଶ ପାଇଁ କେନ୍ଦ୍ରକୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି।

ଜନସ୍ୱାର୍ଥ ମୂଳକ କାର୍ଯ୍ୟକ୍ରମ

ଓଡ଼ିଶା ସରକାର ପକ୍ଷରୁ ଅଧିକ ବ୍ୟାଙ୍କ ଖୋଲିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦିଆଯାଇଛି। ଏହା ଦ୍ୱାରା ବ୍ୟାଙ୍କ ସୁବିଧା ପାଇନଥିବା ଲୋକ ଉପକୃତ ହୋଇପାରିବେ। ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟର ସମସ୍ତ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ସରକାର।

କେନ୍ଦ୍ର-ରାଜ୍ୟ ଅଂଶ

ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ କେନ୍ଦ୍ରର ଯୋଜନା ବାବଦକୁ ୬୦:୪୦ ଅନୁପାତରେ ଟଙ୍କା ଖର୍ଚ୍ଚ ହେଉଛି। ଏଣିକି ଏହା ୯୦:୧୦ ଅନୁପାତରେ ହେଉ ବୋଲି ଓଡ଼ିଶା ସରକାର କହିଛନ୍ତି। ଏଥିସହ ବିଭିନ୍ନ ଟିକସ ଓ ସେସ ବାବଦକୁ ମଧ୍ୟ ଓଡ଼ିଶାକୁ ରିହାତି ମିଳୁ ବୋଲି ପୂଜାରୀ ଦାବି କରିଛନ୍ତି।

The post କେନ୍ଦ୍ରକୁ ୭୨୦୦ କୋଟି ଟଙ୍କା ମାଗିଲା ଓଡ଼ିଶା appeared first on OdishaLIVE.


Viewing all articles
Browse latest Browse all 11715

Trending Articles