Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ପ୍ରକୃତି କୋଳରେ ପଞ୍ଚଲିଙ୍ଗେଶ୍ୱର – ସୁନ୍ଦର ପାହାଡ଼ ସହ ମିଳିବ ଝରଣାର ମଜା

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର ଜିଲ୍ଲାର ଏକ ପ୍ରମୁଖ ଶୈବପୀଠ ହେଉଛି ପଞ୍ଚଲିଙ୍ଗେଶ୍ୱର। ଏଠାରେ ପାହାଡ଼ର ଖୋଲ ଦେଇ ବହି ଯାଉଥିବା ଝରଣା ଭିତରେ ରହିଛି ପାଞ୍ଚିଟି ଲିଙ୍ଗ। ଏହି ଲିଙ୍ଗ ଯୋଗୁଁ ଏହି ଜାଗାକୁ ପଞ୍ଚଲିଙ୍ଗେଶ୍ଵର ନାମରେ ନାମିତ କରାଯାଇଛି। ବାଲେଶ୍ୱର ଜିଲ୍ଲାର ନୀଳଗିରିଠାରୁ ମାତ୍ର ୮ କିଲୋମିଟର ଦୂରରେ ଏହି ସ୍ଥାନ ରହିଛି।

ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରକୃତି ପ୍ରେମୀ ଓ ଦର୍ଶକମାନଙ୍କୁ ଆକୃଷ୍ଟ କରିଥାଏ। ଓଡ଼ିଶା, ପଶ୍ଚିମବଙ୍ଗ ଓ ଅନ୍ୟ ରାଜ୍ୟରୁ ବହୁ ପର୍ଯ୍ୟଟକ ଏହି ସ୍ଥାନକୁ ଶିବଙ୍କ ଦର୍ଶନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି।

ପଞ୍ଚଲିଙ୍ଗେଶ୍ୱରଙ୍କ ଦର୍ଶନ ପାଇଁ ପାହାଡ଼ ଉପରେ ୩୦୦ରୁ ଅଧିକ ପାହାଚ ଚଢ଼ିବାକୁ ହୋଇଥାଏ। ଏଠାରେ ପହଞ୍ଚିବା ପରେ ଝରଣା ପାଣି ଭିତରେ ହାତ ବୁଲାଇ ପଞ୍ଚଲିଙ୍ଗେଶ୍ୱରଙ୍କୁ ଦର୍ଶନ କରିଥାନ୍ତି ଓ ପଥର ଉପରେ ବସି ପୂଜାର୍ଚ୍ଚନା କରିଥାନ୍ତି ଭକ୍ତ।

ତେବେ ଏହି ସ୍ଥାନରେ ପଞ୍ଚଲିଙ୍ଗେଶ୍ୱରକୁ ନେଇ ଅନେକ କାହାଣୀ ରହିଛି। ପୌରାଣିକ କଥା ଅନୁଯାୟୀ ପାଣ୍ଡବମାନେ ଅଜ୍ଞାତାବାସ ସମୟରେ ଏଠାରେ ୫ଟି ଲିଙ୍ଗ ରଖି ପୂଜା କରୁଥିଲେ। ସେବେଠାରୁ ଏହି ସ୍ଥାନରେ ୫ଟି ଲିଙ୍ଗ ପୂଜା ପାଉଛି।

ଏହି ପୀଠର ପ୍ରମୁଖ ଆକର୍ଷଣ ହେଲା ଦେବଗିରି ପର୍ବତ। ଏହି ପର୍ବତର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଏଠାକାର ଶାନ୍ତ ବାତାବରଣ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିଥାଏ। ଏହାଛଡ଼ା ପାହାଡ଼ର ଶିଖରର ମା‘ ବନଦେବୀଙ୍କ ମନ୍ଦିର ରହିଛି। ଏଠାକୁ ଆସିଥିବା ଶିବଭକ୍ତ ବନଦେବୀଙ୍କ ଦର୍ଶକ କରି ଫେରିଥାନ୍ତି।

କେମିତି ଆସିବେ?

ଭୁବନେଶ୍ୱର ଆଡ଼ୁ ଯାଉଥିଲେ ଜଣଙ୍କୁ ୧୬ ନମ୍ବର ଜାତୀୟ ରାଜପଥ ଦେଇ ଶେରଗଡ଼ ଛକରେ ରହି ନୀଳଗିରି ଉଦଳା ରାସ୍ତାରେ ଯିବେ। ତା’ପରେ ନୀଳଗିରି ବାଏପାସ୍‌ରୁ ବାମପଟେ ଚାରିଛକ ଯିବେ। ସେଠାରେ ପହଞ୍ଚି ପଞ୍ଚଲିଙ୍ଗେଶ୍ୱର ଯାଇପାରିବେ। ସେହିପରି ପଞ୍ଚଲିଙ୍ଗେଶ୍ୱର ନିକଟତମ ରେଳ ଷ୍ଟେସନ ହେଉଛି ବାଲେଶ୍ୱର। ଏହି ଷ୍ଟେସନରେ ପହଞ୍ଚିବା ପରେ ଆପଣ ବସ୍‌ କିମ୍ବା ଟ୍ୟାକ୍ସିରେ ପଞ୍ଚଲିଙ୍ଗେଶ୍ୱର ଯାଇପାରିବେ।

The post ପ୍ରକୃତି କୋଳରେ ପଞ୍ଚଲିଙ୍ଗେଶ୍ୱର – ସୁନ୍ଦର ପାହାଡ଼ ସହ ମିଳିବ ଝରଣାର ମଜା appeared first on OdishaLIVE.


Viewing all articles
Browse latest Browse all 11715

Trending Articles