Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏମିତି ବି ଆସେ ମୃତ୍ୟୁ – ଫୁଟପାଥରେ ଶୋଇଥିଲେ ଶ୍ରମିକ, ମାଡ଼ିଗଲା ଡମ୍ଫର

$
0
0

ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁରତର କିମ୍‌-ମାଣ୍ଡଭିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଫୁଟପାଥ୍‌ରେ କିଛି ଶ୍ରମିକ ଶୋଇଥିଲା ବେଳେ ତାଙ୍କ ଉପରେ ଡମ୍ଫର ମାଡ଼ି ଯିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା ବେଳେ ୩ ଜଣ ଆହତ ହୋଇଛନ୍ତି। ଆହତ ୩ ଜଣଙ୍କୁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ସବୁ ଶ୍ରମିକମାନେ ରାଜସ୍ଥାନର, ହେଲେ ସେମାନେ କାମ ଖୋଜିବାକୁ ସୁରତ ଆସିଥିଲେ ବୋଲି ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ।

ସୋମବାର ରାତି ପ୍ରାୟ ୧୨ଟା ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଦ୍ରୁତ ଗତିରେ ଆସୁଥିବା ଡମ୍ପର ଓଭରଟେକ କରିବାକୁ ଯାଇ ଏକ ଆଖୁ ବୋଝେଇ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଏହାପରେ ଡ୍ରାଇଭର ଜଣକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଫୁଟପାଥ ଉପରକୁ ମାଡି ଯାଇଥିଲା। ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡ଼ିଟି ମାଡ଼ି ଯାଇଥିଲା। ଫୁଟପାଥରେ ଶୋଇଥିବା ଶ୍ରମିକଙ୍କ ଉପରେ ଗାଡ଼ିଟି ମାଡ଼ି ଯିବାରୁ ଘଟଣା ସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିଲା।

The post ଏମିତି ବି ଆସେ ମୃତ୍ୟୁ – ଫୁଟପାଥରେ ଶୋଇଥିଲେ ଶ୍ରମିକ, ମାଡ଼ିଗଲା ଡମ୍ଫର appeared first on OdishaLIVE.


Viewing all articles
Browse latest Browse all 11715

Trending Articles