Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଏବେ ଖୋଲିବନି ସ୍କୁଲ, ଗଣଶିକ୍ଷା ବିଭାଗକୁ ନିଷ୍ପତ୍ତି ଭାର ଦେଲେ ସରକାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ସ୍କୁଲ, କଲେଜ କେବେ ଖୋଲିବ ସେ ବାବଦରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରି ବିଭାଗୀୟ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇପାରିବେ। ବୁଧବାର ଜାନୁଆରି ଗାଇଡଲାଇନରେ ସ୍କୁଲ ଖୋଲିବା ବାବଦରେ ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ସରକାରଙ୍କ ଗାଇଡଲାଇନ ଅନୁସାରେ ସ୍କୁଲ, କଲେଜ କେବେ ଖୋଲାଯିବ ସେ ସଂପର୍କରେ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବେ। ତେବେ ରାଜ୍ୟରେ ପରୀକ୍ଷା, ଖାତାଦେଖା ଏବଂ ଅନଲାଇନ ପାଠପଢ଼ା ଆଦି ପୂର୍ବପରି ଚାଲୁ ରହିବ ବୋଲି କୁହାଯାଇଛି। ଅନ୍ୟପଟେ ଜାନୁଆରି ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

କରୋନା ପାଇଁ ଦୀର୍ଘ ୧୦ ମାସ ହେବ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଅନଲକରେ କେନ୍ଦ୍ର ସରକାର ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଥିଲେ ସୁଦ୍ଧା ଓଡ଼ିଶାରେ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ କଟକଣା ବଳବତ୍ତର ରଖିଛନ୍ତି ରାଜ୍ୟ ସରକାର। ତେବେ ଧୀରେ ଧୀରେ ସବୁରୁ ତାଲା ଖୋଲୁଥିଲା ବେଳେ ସ୍କୁଲ, କଲେଜରୁ କେବେ ତାଲା ଖୋଲିବ ସେନେଇ ସମସ୍ତେ ଅପେକ୍ଷା କରିଛନ୍ତି।

ଆରବର୍ଷକୁ ସ୍କୁଲ ଖୋଲିବ ବୋଲି ସରକାର ପୂର୍ବରୁ କହିଥିଲେ। ତେଣୁ ଜାନୁଆରି ଗାଇଡଲାଇନରେ ଏବାବଦରେ କିଛି ନିଷ୍ପତ୍ତି ନିଆଯାଇପାରେ ବୋଲି ସମସ୍ତେ ଆଶା କରିଥିଲେ। କିନ୍ତୁ ବୁଧବାର ଜାନୁଆରି ଗାଇଡଲାଇନରେ ସ୍କୁଲ, କଲେଜ ଖୋଲିବା ନିଷ୍ପତ୍ତି ଗଣଶିକ୍ଷା ବିଭାଗ ଉପରେ ଛାଡ଼ିଛନ୍ତି ସରକାର।

The post ଏବେ ଖୋଲିବନି ସ୍କୁଲ, ଗଣଶିକ୍ଷା ବିଭାଗକୁ ନିଷ୍ପତ୍ତି ଭାର ଦେଲେ ସରକାର appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images