ଓଡ଼ିଶାଲାଇଭ୍ ବ୍ୟୁରୋ![]()
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଗୁରୁବାର ଶେଷ ହୋଇଛି। ଏହାପରେ ଅଭୟକାନ୍ତଙ୍କୁ ପୁଣି ଜେଲକୁ ପଠାଇ ଦିଆଯାଇଛି। ତେବେ ଦୁଇ ଦିନର ମାରାଥନ୍ ଜେରା ସମୟରେ ତାଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡ଼ିଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆକାଶ ପାଠକ ଟାଟା ଗ୍ରୁପର ଏମଡି ନୁହନ୍ତି। ପୁଅ ଆକାଶଙ୍କୁ ଟାଟା ଗ୍ରୁପର ନକଲି ଏମଡି ହେବାକୁ କହିଥିଲେ ବୋଲି ଅଭୟକାନ୍ତ ଜେରା ବେଳେ ସତ ମାନିଛନ୍ତି। ତାଙ୍କ ଟଙ୍କାରେ ଆକାଶ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ତାଙ୍କ ଟଙ୍କାରେ ହିଁ ହୋଟେଲ ଓ ଫ୍ଲାଇଟ୍ ବୁକିଂ ହୋଇଥିଲା ବୋଲି ଅଭୟକାନ୍ତ କହିଛନ୍ତି। ତେବେ ଟ୍ରାଭେଲ୍ସ ସଂସ୍ଥା ସ୍କାଏ କିଙ୍ଗରୁ କୋଟି କୋଟି ଟଙ୍କାର ଫ୍ଲାଇଟ୍ ବୁକିଂ କଲା ପରେ ୬୫ ଲକ୍ଷ ଟଙ୍କା ନଦେଇ ବାପ ପୁଅ ଠକେଇ କରିଥିଲେ। ଏ ବାବଦରେ ଅନେକ ତଥ୍ୟ କମିସନରେଟ୍ ପୋଲିସର ହସ୍ତଗତ ହୋଇଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି।
କିଛି ଦିନ ତଳେ ଖାରବେଳ ନଗର ଥାନାରେ ସ୍କାଏ କିଙ୍ଗ୍ ପକ୍ଷରୁ ପାଠକ ବାପ ପୁଅଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏଥିସହ ଉଭୟଙ୍କ ବିରୋଧରେ ଏହି ସଂସ୍ଥା ତଥ୍ୟଭିତ୍ତିକ ପ୍ରମାଣ ଦାଖଲ କରିଥିଲା। ଏହି ପ୍ରମାଣ ଆଧାରରେ କମିସନରେଟ୍ ପୋଲିସ ପ୍ରଥମେ ଆକାଶ ପାଠକଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ଏହାପରେ ଅଭୟକାନ୍ତ ଦୁଇ ଦିନିଆ ରିମାଣ୍ଡରେ ଯାଇଥିଲେ।
The post ସରିଲା ଅଭୟକାନ୍ତ ପାଠକଙ୍କ ରିମାଣ୍ଡ ଅବଧି – ପୁଣି ଗଲେ ଜେଲ୍ appeared first on OdishaLIVE.