ଓଡ଼ିଶାଲାଇଭ୍ ବ୍ୟୁରୋ![]()
(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): କରୋନା ଯୋଗୁ ଦୀର୍ଘ ୯ ମାସ ଧରି ବନ୍ଦ ରହିବା ପରେ ବୁଧବାରଠାରୁ ଖୋଲିଛି କାକଟପୁର ମା’ ମଙ୍ଗଳା ମନ୍ଦିର। ସମ୍ପୂର୍ଣ୍ଣ କଟକଣା ମଧ୍ୟରେ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ଏଥିପାଇଁ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ମନ୍ଦିରରେ ଭକ୍ତମାନଙ୍କ ପ୍ରବେଶ ପାଇଁ ବ୍ୟାରିକେଡ୍ କରାଯାଇଛି। ଭୋଗ ମଣ୍ତପରୁ ଶ୍ରଦ୍ଧାଳୁମାନେ ମା’ଙ୍କୁ ଦର୍ଶନ କରୁଛନ୍ତି। ସେହିପରି ଗର୍ଭଗୃହକୁ ପ୍ରବେଶ ସହ ମନ୍ଦିର ଭିତରେ ଭୋଗ ଓ ଦୀପ ପ୍ରଜ୍ୱଳନ ଉପରେ କଟକଣା ଲଗାଯାଇଛି। ସାମାଜିକ ଦୂରତା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଶ୍ରଦ୍ଧାଳୁମାନେ ପୂର୍ବ ଦ୍ୱାର ଦେଇ ମନ୍ଦିରରେ ପ୍ରବେଶ କରିବା ସହ ଦକ୍ଷିଣ ଦ୍ୱାରରେ ପ୍ରସ୍ଥାନ କରୁଛନ୍ତି।
ସେପଟେ କରୋନା କଟକଣା ଅନୁସାରେ ୬୫ ବର୍ଷରୁ ଅଧିକ ବୟସ୍କ, ୧୦ ବର୍ଷରୁ କମ୍ ବୟସର ଶିଶୁ ଓ ପ୍ରସୂତି ମହିଳାଙ୍କ ପ୍ରବେଶ ଉପରେ ରୋକ୍ ଲାଗାଇଛି ପ୍ରଶାସନ। ମା’ ମଙ୍ଗଳା ଆଜି ଘୋଡ଼ ଲାଗି ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଭିଡ଼କୁ ନିୟନ୍ତ୍ରଣ ପାଇଁ ମନ୍ଦିରରେ ପୋଲିସ ମୁତୟନ କରାଯାଇଛି।
The post କଟକଣା ମଧ୍ୟରେ ଖୋଲିଲା କାକଟପୁର ମା’ ମଙ୍ଗଳା ମନ୍ଦିର appeared first on OdishaLIVE.