Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ସାଢ଼େ ଚାରି କୋଟି ଓଡ଼ିଆ ବିଜେଡିର ବସ୍ –ନବୀନ ପଟ୍ଟନାୟକ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ସାଢ଼େ ଚାରି କୋଟି ଓଡ଼ିଆ ହେଉଛନ୍ତି ବିଜେଡିର ବସ୍। ତେଣୁ ଓଡ଼ିଆ ଏବଂ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ଲଢ଼େଇ ଜାରି ରଖିଛି। ଶୁକ୍ରବାର ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ଏଭଳି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଏହି ଅବସରରେ ନବୀନ କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି, “ନିର୍ବାଚନ ଜିତିବା, କ୍ଷମତାଶାଳୀ ହେବା ଏବଂ କେନ୍ଦ୍ରରେ ସରକାର ଗଢ଼ିବା ହେଉଛି ଜାତୀୟ ରାଜନୈତିକ ଦଳର ମୁଖ୍ୟ ଲକ୍ଷ୍ୟ। ରାଜ୍ୟରେ କାମ କରୁଥିବା ଜାତୀୟ ଦଳର ନେତାମାନେ ନିଜ ସ୍ୱାର୍ଥ ପାଇଁ ଜାତୀୟ ଦଳ ସହିତ ସାଲିସ କରିଥାନ୍ତି। ଦିଲ୍ଲୀ ନିର୍ଦ୍ଦେଶରେ କଂଗ୍ରେସ ଓ ବିଜେପି ରାଜ୍ୟରେ କାମ କରୁଛନ୍ତି। କିନ୍ତୁ ଦିଲ୍ଲୀରେ ବିଜେଡିର କେହି ବସ୍ ନାହାନ୍ତି। ଓଡ଼ିଶାବାସୀ ହିଁ ବିଜେଡିର ବସ୍।”ଏଥିସହ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ। ନିର୍ବାଚନ ସମୟରେ କେବଳ ଭୋଟ ହାତେଇବାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ସାମ୍ନାକୁ ଆଣୁଛନ୍ତି। ନିର୍ବାଚନ ସରିଗଲେ ସବୁ ଭୁଲିଯାଉଛନ୍ତି। ବିଜେଡି କିନ୍ତୁ ସବୁବେଳେ ଓଡ଼ିଶା ଏବଂ ଓଡ଼ିଆଙ୍କ ସ୍ୱାର୍ଥ ପାଇଁ ଲଢ଼େଇ କରୁଛି। କାରଣ ବିଜେଡି ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ ବୋଲି ନବୀନ ନିଜ ଆଭିମୁଖ୍ୟରେ ସ୍ପଷ୍ଟ କରିଛନ୍ତି।

ଦଳର ଯୁବ ନେତା ଓ କର୍ମୀମାନଙ୍କୁ ଉଦବୋଧନ ଦେଇ ନବୀନ କହିଛନ୍ତି ଯେ, ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ। ଆମ ରାଜ୍ୟ ଅନ୍ୟମାନଙ୍କଠାରୁ  ସ୍ୱତନ୍ତ୍ର। ଆମ କଳା, ସଂସ୍କୃତି ଓ ଐତିହ୍ୟ ହେଉଛି ଅନନ୍ୟ। ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି ସାଢ଼େ ଚାରି କୋଟି ଓଡ଼ିଆଙ୍କ ଜୀବନଧାରା। ମହାନଦୀର ପାଣି ପ୍ରତି ଓଡ଼ିଆଙ୍କ ପାଇଁ ଆଶୀର୍ବାଦ ସଦୃଶ। ବିବିଧ ଆଦିବାସୀ ସଂସ୍କୃତି ହେଉଛି ଆମର ଶକ୍ତି।

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ରହିଛି। ଏହା ବିରୋଧରେ ବିଜେଡି ପ୍ରତିବାଦ ଜାରି ରଖିବ। ଏକମାତ୍ର ଆଞ୍ଚଳିକ ଦଳ ଭାବେ ବିଜେଡି ଲୋକଙ୍କ ପାଇଁ ଲଢ଼େଇ କରୁଛି। ବିଜେଡି ହିଁ ଓଡ଼ିଶାର ସ୍ୱତନ୍ତ୍ର ପରିଚୟକୁ ସୁରକ୍ଷା ଦେଇପାରିବ। ଜାତୀୟ ଦଳଗୁଡ଼ିକ ଓଡ଼ିଶାର ସ୍ୱାର୍ଥ କଥା ଭୁଲିଯାଉଥିବା ବେଳେ ବିଜେଡି ସବୁବେଳେ ଓଡ଼ିଶାର ସ୍ୱାର୍ଥ ପାଇଁ କାମ କରୁଛି ବୋଲି ନବୀନ କହିଛନ୍ତି।ଏହି ବୈଠକରେ ନବୀନ ମହାନଦୀ ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ଯେ, ମହାନଦୀ ହେଉଛି ଓଡ଼ିଆମାନଙ୍କ ପାଇଁ ଆଶୀର୍ବାଦ। ମହାନଦୀ ପାଣି ପାଇଁ ବିଜେଡି ଲଢ଼େଇ କରୁଛି। ସେହିପରି ଓଡ଼ିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ସଙ୍ଗୀତର ମାନ୍ୟତା ଦେବା ପାଇଁ ଆମର ଲଢ଼େଇ ଜାରି ରହିଛି। ଜାତୀୟ ଦଳଗୁଡ଼କର ମୁଖ୍ୟ ଫୋକସ୍ ହେଉଛି ହିନ୍ଦୀ। କିନ୍ତୁ ଆମ ପାଇଁ ଓଡ଼ିଆ ଭାଷା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ତୋଷାଳି ଓ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଲଢ଼େଇ ଜାରି ରଖିଛୁ ବୋଲି ନବୀନ କହିଛନ୍ତି।

ଓଡ଼ିଶାର ଖଣିଜ ସମ୍ପଦର ଲାଭ କିପରି ଓଡ଼ିଶା ଏବଂ ଓଡ଼ିଶାବାସୀ ପାଇବେ ସେଥିପାଇଁ ବିଜେଡି ଚେଷ୍ଟା ଜାରି ରଖିଛି। ବିଜୁ ଜନତା ଦଳ ଏକମାତ୍ର ଆଞ୍ଚଳିକ ଦଳ ଭାବେ ଓଡ଼ିଶାର ବିକାଶ ସହ ଯୋଡ଼ି ହୋଇରହିଛି। ବିଜେଡି ହିଁ କେବଳ ଯୁବକମାନଙ୍କ ସ୍ୱାର୍ଥ ପୂରଣ କରିପାରିବ ବୋଲି ନବୀନ ନିଜ ଆଭିମୁଖ୍ୟରେ ସ୍ପଷ୍ଟ କରିଛନ୍ତି।

The post ସାଢ଼େ ଚାରି କୋଟି ଓଡ଼ିଆ ବିଜେଡିର ବସ୍ – ନବୀନ ପଟ୍ଟନାୟକ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images