Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ରୋହିତ ଶର୍ମା, ଖୁବଶୀଘ୍ର ଯିବେ ଅଷ୍ଟ୍ରେଲିଆ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ଟିମ୍ ଇଣ୍ଡିଆର ଷ୍ଟାର ଓପନର ରୋହିତ ଶର୍ମା। ଶୁକ୍ରବାର ଏନସିଏଠାରେ ହୋଇଥିବା ଫିଟନେସ୍ ଟେଷ୍ଟରେ ରୋହିତ ସଫଳତାର ସହ ପାସ୍ କରିଛନ୍ତି। ଏଥିସହ ଖୁବଶୀଘ୍ର ସେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ଖେଳିବାକୁ ବିମାନରେ ବସିବେ ବୋଲି ମଧ୍ୟ ସୂଚନା ମିଳୁଛି।

ଚଳିତ ବର୍ଷ ୟୁଏଇରେ ଆଇପିଏଲ୍ ଖେଳିବା ସମୟରେ ରୋହିତ ଆହତ ହୋଇଥିଲେ। ଏହାପରେ ସେ କିଛି ଆଇପିଏଲ୍ ମ୍ୟାଚରୁ ମଧ୍ୟ ବାଦ୍ ପଡ଼ିଥିଲେ। ଅବଶ୍ୟ, ଶେଷ ଆଡ଼କୁ ରୋହିତ କିଛି ମ୍ୟାଚ୍ ଖେଳିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଆହତ ଅବସ୍ଥାରୁ ମୁକୁଳି ପାରିନଥିଲେ।ଏହାପରେ ତାଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଥିଲା। ପରେ ପରେ ଏହାକୁ ନେଇ ବିବାଦ ଉପୁଜିବାରୁ ତାଙ୍କୁ ଟେଷ୍ଟ ସିରିଜରେ ସାମିଲ କରାଯାଇଥିଲା। ରୋହିତ କିନ୍ତୁ ଠିକଣା ସମୟରେ ଫିଟ୍ ନହେବାରୁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ଦିଆଯାଇଥିଲା।

ଡିସେମ୍ବର ୧୧ ତାରିଖରେ ତାଙ୍କର ପୁଣିଥରେ ଫିଟନେସ୍ ଟେଷ୍ଟ ହେବାକୁ ଥିଲା। ଶୁକ୍ରବାର ଏଥିରେ ରୋହିତ ପାସ୍ ହେବା ସହିତ ତୃତୀୟ ଓ ଚତୁର୍ଥ ଟେଷ୍ଟ ଖେଳିବାକୁ ଅନୁମତି ପାଇଛନ୍ତି। ଖୁବଶୀଘ୍ର ସେ ଅଷ୍ଟ୍ରେଲିଆ ଯାଇ ସେଠାରେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବା ସହ ତୃତୀୟ ଟେଷ୍ଟରେ ଭାରତୀୟ ଦଳରେ ସ୍ଥାନ ପାଇବାକୁ ଚେଷ୍ଟା କରିବେ।

The post ଫିଟନେସ୍ ଟେଷ୍ଟରେ ପାସ୍ ହେଲେ ରୋହିତ ଶର୍ମା, ଖୁବଶୀଘ୍ର ଯିବେ ଅଷ୍ଟ୍ରେଲିଆ appeared first on OdishaLIVE.


Viewing all articles
Browse latest Browse all 11715

Trending Articles