Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ ସଂଗଠନ, ୧୪ରେ ପୁଣି ହେବ ଧାରଣା

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆଦାନୀ, ଅମ୍ଵାନୀଙ୍କ ସମସ୍ତ ମଲ୍‌, ସାମଗ୍ରୀକୁ ଦେଶବ୍ୟାପୀ ବୟକଟ କରାଯିବ
  • ୧୨ ତାରିଖ ପର୍ଯ୍ୟନ୍ତ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥ ବନ୍ଦ
  • ୧୪ରେ ପୁଣି ଦେଶବ୍ୟାପୀ ଧାରଣା
  • ୧୨ ତାରିଖ ଟୋଲ ପ୍ଲାଜା ବନ୍ଦ କରାଯିବ
  • ବିଜେପି ନେତା, ମନ୍ତ୍ରୀଙ୍କୁ ଘେରାଉ କରିବ କୃଷି ସଂଗଠନ

ନୂଆ କୃଷି ଆଇନକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଚାଷୀମାନେ ଅଗ୍ରାହ୍ୟ କରିଛନ୍ତି। ଦୀର୍ଘ ୧୪ ଦିନ ଧରି ଦିଲ୍ଲୀ ସୀମାରେ ହେଉଥିବା ଏହି କୃଷି ଆନ୍ଦୋଳନ ପୂର୍ବପରି ଜାରି ରହିବ। ଆସନ୍ତା ୧୪ ତାରିଖ ସୋମବାର ପୁଣି ଦେଶବ୍ୟାପୀ ଧାରଣା ଦିଆଯିବ ବୋଲି ଚାଷୀମାନେ ସଫା ସଫା କହି ଦେଇଛନ୍ତି।

ଏଥିସହ ଆଦାନୀ, ଅମ୍ଵାନୀଙ୍କର ସମସ୍ତ ଉତ୍ପାଦନକୁ ଦେଶବ୍ୟାପୀ ବୟକଟ୍‌ କରାଯିବ। ଡିସେମ୍ଵର ୧୪ ତାରିଖରେ ଦେଶର ସମସ୍ତ ଜିଲ୍ଲା ହେଡକ୍ଵାଟର ଆଗରେ ମୋର୍ଚ୍ଚା ଲାଗିବ, ପୁଣି ଚାଷୀମାନେ ଧାରଣା ଦେବେ ବୋଲି ବୁଧବାର କେନ୍ଦ୍ର କ୍ୟାବିନେଟର ବୈଠକ ପରେ ସାମ୍ଵାଦିକ ସମ୍ମିଳନୀ କରି ଏପରି କହିଛନ୍ତି ଚାଷୀନେତା।

ସେହିପରି ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜୟପୁର-ଦିଲ୍ଲୀ ଜାତୀୟ ରାଜପଥକୁ ଅବରୋଧ କରାଯିବ। ଦେଶବ୍ୟାପୀ ବିଜେପି ନେତା, ମନ୍ତ୍ରୀମାନଙ୍କୁ ଘେରାଉ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। ତିନୋଟି ଯାକ କୃଷି ବିଲ୍‌କୁ ପ୍ରତ୍ୟାହାର ଏବଂ ଏମ୍‌ଏସ୍‌ପି ଉପରେ ଗ୍ୟାରେଣ୍ଟି ପ୍ରଦାନ କରି ଏହାକୁ ଆଇନ କରାଇବା ହିଁ ମୁଖ୍ୟ ଦାବି ବୋଲି ସାମ୍ଵାଦିକ ସମ୍ମିଳନୀରେ ଚାଷୀନେତାମାନେ କହିଛନ୍ତି।

The post କେନ୍ଦ୍ର ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କଲେ ଚାଷୀ ସଂଗଠନ, ୧୪ରେ ପୁଣି ହେବ ଧାରଣା appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images