Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ମୋବାଇଲରେ ମାଗଣାରେ ଦେଖନ୍ତୁ ଆଇପିଏଲ୍, ରିଚାର୍ଜ କରନ୍ତୁ ଏହି ପ୍ଲାନ୍

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ୍ କମ୍ପାନି ରିଲାଏନ୍ସ ଜିଓ ଏବଂ ଭାରତୀ ଏୟାରଟେଲ ନିଜ ଗ୍ରାହକମାନଙ୍କ ପାଇଁ ଦମ୍‌ଦାର୍ ପ୍ଲାନ୍ ଲଞ୍ଚ୍ କରିଛନ୍ତି। ଏହି ପ୍ଲାନ୍‌ଗୁଡ଼ିକରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ମିଳୁଛି। ତେବେ ସେହି ପ୍ଲାନ୍‌ଗୁଡ଼ିକ ବିଷୟରେ ଜାଣନ୍ତୁ..

ଜିଓର ୪୯୯ ଟଙ୍କିଆ ଡାଟା ଆଡ୍‌ ଅନ୍ ପ୍ୟାକ୍

ଜିଓର ଏହି ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ଆଡ୍‌ ଅନ୍ ପ୍ୟାକ୍ ମିଳୁଛି। ଏଥିସହ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯାଉଛି। ଏହି ପ୍ଲାନ୍ ୫୬ ଦିନ ପାଇଁ ଉପଲବ୍ଧ ହେଉଛି।୭୭୭ ଟଙ୍କିଆ ପ୍ଲାନ୍

ଏହି ପ୍ରିପେଡ୍ ପ୍ଲାନ୍‌ରେ ଦୈନିକ ୧.୫ ଜିବି ଡାଟା ଅଫର୍ କରାଯାଉଛି। ଏଥିସହ ଅନ୍‌ଲିମିଟେଡ୍ ଭଏସ୍ କଲିଂ ସୁବିଧା ମଧ୍ୟ ମିଳୁଛି। ସେହିପରି ବର୍ଷେ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ଦିଆଯାଉଛି।

ଏୟାରଟେଲ୍‌ର ୫୯୯ ଟଙ୍କିଆ ପ୍ଲାନ୍

ଏୟାରଟେଲ୍ ନିଜ ଗ୍ରାହକଙ୍କ ପାଇଁ ମଧ୍ୟ ଦମ୍‌ଦାର୍ ପ୍ଲାନ୍ ଆଣିଛି। ଏହାର ୫୯୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ଦୈନିକ ୨ ଜିବି ଡାଟା ୫୬ ଦିନ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ସବୁଠୁ  ଖାସ୍ କଥା ହେଉଛି ଏହି ପ୍ଲାନ୍‌ରେ ଯେକୌଣସି ନେଟ୍‌ଓ୍ଵର୍କକୁ ଅନ୍‌ଲିମିଟେଡ୍ କଲିଂ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ମିଳୁଛି।

ସେହିପରି ଏହି ପ୍ଲାନ୍‌ରେ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଓଟିଟି ଫାଇଦା ମଧ୍ୟ ମିଳୁଛି। ଏଥିସହ ଏଥିରେ ବର୍ଷକ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯାଉଛି।ଏୟାରଟେଲର ବର୍ଷିକିଆ ପ୍ଲାନ୍

ଏୟାରଟେଲ ପକ୍ଷରୁ ବର୍ଷିକିଆ ପ୍ଲାନ୍ ମଧ୍ୟ ଲଞ୍ଚ୍ କରାଯାଇଛି। ୨,୬୯୮ ଟଙ୍କିଆ ଏହି ପ୍ଲାନ୍‌ ୩୬୫ ଦିନ ପାଇଁ ଉପଲବ୍ଧ ହେଉଛି। ଏଥିରେ ଦୈନିକ ୨ ଜିବି ହାଇସ୍ପିଡ୍ ଡାଟା ମିଳୁଛି। ଏଥିସହ ସମସ୍ତ ନେଟଓ୍ଵର୍କ ପାଇଁ ଫ୍ରି କଲିଂ ସୁବିଧା ଦିଆଯାଉଛି। ସେହିପରି ଏଥିରେ ବର୍ଷକ ପାଇଁ ଡିଜ୍‌ନି ପ୍ଲସ୍ ହଟ୍‌ଷ୍ଟାର୍ ଭିଆଇପିର ଫ୍ରି ସବ୍‌ସ୍କ୍ରିପ୍‌ସନ୍ ମଧ୍ୟ ଦିଆଯାଉଛି।

The post ମୋବାଇଲରେ ମାଗଣାରେ ଦେଖନ୍ତୁ ଆଇପିଏଲ୍, ରିଚାର୍ଜ କରନ୍ତୁ ଏହି ପ୍ଲାନ୍ appeared first on OdishaLIVE.


Viewing all articles
Browse latest Browse all 11715

Trending Articles