Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ବିଶ୍ଵ ତୁଳନାରେ ଭାରତ ସ୍ଥିତି ଭଲ, ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା: କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

  • ବିଶ୍ଵରେ ଭାରତରେ ସ୍ଥିତି ଭଲ
  • ଓଡ଼ିଶା, ପଶ୍ଚିମବଙ୍ଗ ଓ ଗୁଜୁରାଟରେ ନିୟନ୍ତ୍ରଣରେ କରୋନା
  • ତାମିଲନାଡୁରେ ସଂକ୍ରମଣ ଓ ମୃତ୍ୟୁସଂଖ୍ୟା କମୁଛି
  • ୪ଟି ରାଜ୍ୟରେ ଦେଶର ୫୦ % କେସ୍

ପ୍ରତିଦିନ ଦେଶରେ ପଜିଟିଭ୍ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେଉଥିଲେ ହେଁ ବିଶ୍ଵର ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତ ଭଲ ସ୍ଥିତିରେ ରହିଛି। ପ୍ରତି ନିୟୁତ ସଂଖ୍ୟାରେ ଭାରତରେ ମୃତ୍ୟୁ ସଂଖ୍ୟା ୫୮ ରହିଛି। ସେହିପରି ଜାତୀୟ ହାର ଅନୁସାରେ ଓଡ଼ିଶାରେ ପଜିଟିଭ୍ ସଂଖ୍ୟା କମ୍ ରହିଛି। ମଙ୍ଗଳବାର ଦେଶର କରୋନା ସ୍ଥିତିର ସମୀକ୍ଷା କରି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏକ ପ୍ରେସମିଟ୍‌ ଯୋଗେ ଏହି ସୂଚନା ଦେଇଛନ୍ତି।ଦେଶର ମୋଟ୍ ସଂକ୍ରମଣର ୬୦ ପ୍ରତିଶତ ୫ଟି ରାଜ୍ୟ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ରହିଛି। ଏହି ରାଜ୍ୟମାନଙ୍କରେ ସଂକ୍ରମଣ ହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ଆକ୍ଟିଭ୍ କେସ୍ ୨୯.୫ ପ୍ରତିଶତ ରହିଛି। ସେହିପରି କର୍ଣ୍ଣାଟକରେ ଏହା ୯.୯ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୯.୪ ପ୍ରତିଶତ, ଉତ୍ତରପ୍ରଦେଶରେ ୬.୮ ପ୍ରତିଶତ ଏବଂ ତାମିଲନାଡୁରେ ୪.୭ ପ୍ରତିଶତ ରହିଛି।BGUଓଡ଼ିଶା, ଗୁଜୁରାଟ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ସଂକ୍ରମଣ ବଢୁଥିଲେ ମଧ୍ୟ ଜାତୀୟ ହାର ତୁଳନାରେ ଏହି ରାଜ୍ୟଗୁଡ଼ିକ ଭଲ ସ୍ଥିତିରେ ଅଛନ୍ତି। କରୋନା ସଂକ୍ରମଣରେ ଜାତୀୟ ହାର ୮.୪ ପ୍ରତିଶତ ରହିଥିବା ବେଳେ ଓଡ଼ିଶାରେ ଏହା ରହିଛି ୬.୨ ପ୍ରତିଶତ।“ଦେଶରେ କରୋନାର ସଠିକ୍ ମୁକାବିଲା ପାଇଁ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ସବୁ ରାଜ୍ୟର ସଂକ୍ରମଣ ହାର ଉପରେ ନଜର ରଖିଛି। ସବୁ ରାଜ୍ୟର ପ୍ରତିଦିନ ସହ ପ୍ରତି ସପ୍ତାହର ସଂକ୍ରମଣ ସଂଖ୍ୟାର ଅପଡେଟ୍ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପଭରୁ ରେକର୍ଡ କରାଯାଉଛି”, କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ।

 

The post ବିଶ୍ଵ ତୁଳନାରେ ଭାରତ ସ୍ଥିତି ଭଲ, ଓଡ଼ିଶାରେ ନିୟନ୍ତ୍ରଣରେ ରହିଛି କରୋନା: କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ appeared first on OdishaLIVE.


Viewing all articles
Browse latest Browse all 11715

Latest Images

Trending Articles



Latest Images