Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ଟିକ୍‌ଟକ୍ ପରି ସୁବିଧା ଦେବ ‘ୟୁଟ୍ୟୁବ୍ ସର୍ଟ୍‌ସ’– ଜାଣନ୍ତୁ ଫିଚର ଓ ବ୍ୟବହାର

$
0
0

 

ଓଡ଼ିଶାଲାଇଭ୍ ବ୍ୟୁରୋ

ଟିକ୍‌ଟକ୍‌ର ବିକଳ୍ପ ଭାବେ ଲଞ୍ଚ ହୋଇଥିବା ‘ୟୁଟ୍ୟୁବ୍ ସର୍ଟ୍‌ସ’ ଆପ୍‌ର ଫିଚର ଓ ବ୍ୟବହାର ବିଷୟରେ ଜାଣନ୍ତୁ..

ଭାରତରେ ଲୋକପ୍ରିୟ ଚାଇନିଜ୍ ଆପ୍‌ ଟିକ୍‌ଟକ୍ ବ୍ୟାନ୍ ହେବା ପରେ ଏହାର ଏକ ବିକଳ୍ପ ଆପ୍ ଲଞ୍ଚ କରିଛି ୟୁଟ୍ୟୁବ୍। ଏହି ଆପ୍ ଟିକ୍‌ଟକ୍ ପରି ସମସ୍ତ ସୁବିଧା ପ୍ରଦାନ କରିବ ବୋଲି ୟୁଟ୍ୟୁବ୍ ପକ୍ଷରୁ କୁହାଯାଉଛି। ଏହି ଆପ୍‌ର ନାଁ ରହିଛି ‘ୟୁଟ୍ୟୁବ୍ ସର୍ଟ୍‌ସ’। ତେବେ ଏଥିରେ କଣ ସବୁ ସୁବିଧା ରହିଛି ଜାଣନ୍ତୁ।

ୟୁଟ୍ୟୁବ୍‌ର ଏହି ସର୍ଟ୍‌ସ ଆପ୍ ସାହାଯ୍ୟରେ ଛୋଟ ଛୋଟ ଭିଡିଓ ସୁଟିଂ କରି ଟିକ୍‌ଟକ୍ ପରି ଅପଲୋଡ୍ କରାଯାଇପାରିବ। ତେବେ ଏଥିରେ କେବଳ ୟୁଟ୍ୟୁବ୍ ପକ୍ଷରୁ ଲାଇସେନ୍‌ସପ୍ରାପ୍ତ ଗୀତରେ ହିଁ ଭିଡିଓ କରିହେବ।

ଟିକ୍‌ଟକ୍‌ରେ ଯେପରି ଅଡିଓ ଓ ଗୀତ ବାଛିବା ଅପ୍‌ସନ୍ ଥାଏ, ସେମିତି ସର୍ଟ୍‌ସ ଆପ୍‌ରେ ମଧ୍ୟ ଗୀତ ଓ ଅଡିଓ ଚୟନର ସୁବିଧା ମିଳିବ। ତେବେ ସବୁଠୁ ଖାସ୍ କଥା ହେଉଛି ଏଥିରେ ଅଡିଓ ଏବଂ ଗୀତକୁ ନେଇ କୌଣସି କପିରାଇଟ୍ ମାମଲା ହେବନାହିଁ କାରଣ ଏହି ଆପ୍‌ର ଗୀତ ଲିଷ୍ଟରେ କେବଳ ୟୁଟ୍ୟୁବ୍ ଲାଇସେନ୍ସପ୍ରାପ୍ତ ଗୀତ ହିଁ ରହିବ।ଅନ୍ୟପଟେ ଫେସ୍‌ବୁକ୍ ମଧ୍ୟ ଟିକ୍‌ଟକ୍‌ର ବିକଳ୍ପ ଭାବେ ଏକ ନୂଆ ଫିଚର ଆଣିବାକୁ ଯାଉଛି। ଏହାର ନାଁ ରହିଛି ‘ଲାସୋ’। ତେବେ ଫେସ୍‌ବୁକ୍ ଏହାକୁ ଗୁପ୍ତ ଭାବରେ ବ୍ରାଜିଲ ବଜାରରେ ଟେଷ୍ଟିଂ କରୁଥିବା ଜଣାପଡ଼ିଛି।BGUଗତ ଦୁଇ ବର୍ଷ ଭିତରେ ଟିକ୍‌ଟକ୍‌ର ଲୋକପ୍ରିୟତା ମାତ୍ରାଧିକ ବୃଦ୍ଧି ପାଇଥିଲା। କେବଳ ଭାରତରେ ଏହାର କୋଟି କୋଟି ୟୁଜର ଥିଲେ। ଗତ ଏକ ବର୍ଷ ଭିତରେ ଏହି ଆପ୍‌କୁ ପ୍ରାୟ ୮୪ କୋଟି ୨୦ ଲକ୍ଷ ଥର ଆପଲ୍ ଓ ଗୁଗଲ ଆପ୍‌ରୁ ଡାଉନ୍‌ଲୋଡ୍ କରାଯାଇଥିଲା। କିନ୍ତୁ ଭାରତ-ଚୀନ ବିବାଦ ପରେ ଭାରତରେ ଅନ୍ୟ ଚାଇନିଜ୍ ଆପ୍ ସହିତ ଟିକ୍‌ଟକ୍‌କୁ ମଧ୍ୟ ବ୍ୟାନ୍ କରିଦିଆଗଲା। ଏହାପରଠାରୁ ଟିକ୍‌ଟକ୍‌ର ବିକଳ୍ପ ଆପ୍‌ ବିକଶିତ କରିବା ପାଇଁ ଏକପ୍ରକାର ପ୍ରତିଯୋଗିତା ଚାଲିଛି।

The post ଟିକ୍‌ଟକ୍ ପରି ସୁବିଧା ଦେବ ‘ୟୁଟ୍ୟୁବ୍ ସର୍ଟ୍‌ସ’ – ଜାଣନ୍ତୁ ଫିଚର ଓ ବ୍ୟବହାର appeared first on OdishaLIVE.


Viewing all articles
Browse latest Browse all 11715

Trending Articles