Quantcast
Channel: Featured Archives - OdishaLIVE
Viewing all articles
Browse latest Browse all 11715

ନିଯୁକ୍ତି ବନ୍ଦ –ଗୃହରକ୍ଷୀଙ୍କ ଭବିଷ୍ୟତ ଅନ୍ଧାର

$
0
0

ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଗୃହରକ୍ଷୀଙ୍କ ନୂଆ ନିଯୁକ୍ତି ହେବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

  • ଗୃହରକ୍ଷୀଙ୍କ ନୂଆ ନିଯୁକ୍ତି ହେବନାହିଁ
  • ଉଚ୍ଛେଦ ହେବ ଖାଲି ଥିବା ପଦବୀ
  • ୩ ଜଣ ଗୃହରକ୍ଷୀଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତି

ଓଡ଼ିଶାର ଗୃହରକ୍ଷୀଙ୍କ ଉପରେ କଳା ବାଦଲର ଛାଇ। ଦଶନ୍ଧି ଦଶନ୍ଧି ଧରି ଓଡ଼ିଶା ପୋଲିସର ସହାୟକ ଓ୍ଵିଙ୍ଗ୍ ଭାବରେ କାର୍ଯ୍ୟ କରି ଆସିଥିବା ଗୃହରକ୍ଷୀଙ୍କ ନୂଆ ନିଯୁକ୍ତି ଆଉ ହେବନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଖାଲି ସେତିକି ନୁହେଁ ଯେଉଁ ସବୁ ଖାଲି ପଦ ଥିଲା ତାହାକୁ ବି ଉଚ୍ଛେଦ କରିବା ପାଇଁ କୁହାଯାଇଛି। ଫେବ୍ରୁଆରୀ ୨୦୨୦ରେ ଅର୍ଥ ବିଭାଗ ପରାମର୍ଶ ଦେଇ କହିଥିଲା ଯେ ହୋମଗାର୍ଡଙ୍କ ନୂଆ ନିଯୁକ୍ତି ଆଉ ହେବ ନାହିଁ। ସେହି ନିଷ୍ପତ୍ତିକୁ ଏବେ କାର୍ଯ୍ୟକାରୀ କରାଯାଇଛି।

ରାଜ୍ୟରେ ଗୃହରକ୍ଷୀଙ୍କ ମୋଟ ମଞ୍ଜୁରି ପଦ ୧୭,୬୭୫ ଥିବା ବେଳେ ଏବେ ୧୬,୧୦୦ ଜଣ ଚାକିରିରେ ଅଛନ୍ତି। ଏମାନଙ୍କ କାମ ହେଲା ଟ୍ରାଫିକଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ରକ୍ଷା କରିବା ପର୍ଯ୍ୟନ୍ତ ପୋଲିସ କର୍ମଚାରୀଙ୍କୁ ସବୁ ପ୍ରକାର ସାହାଯ୍ୟ କରିବା।ଖବର ଅନୁଯାୟୀ ଗତ କିଛି ମାସ ମଧ୍ୟରେ ୪୪୨ ଜଣ ଗୃହରକ୍ଷୀଙ୍କୁ ଡିସଚାର୍ଜ କରିଦିଆଯାଇଛି। ଡିସଚାର୍ଜ ଅର୍ଥ ସରକାରୀ କର୍ମଚାରୀଙ୍କ ଅବସର ଗ୍ରହଣ କରିବା ଭଳି।

ଯେହେତୁ ଗୃହରକ୍ଷୀମାନେ ସରକାରୀ ଚାକିରିଆ ନୁହନ୍ତି ସରକାର ଚାହିଁଲେ ଯେ କୌଣସି ସମୟରେ ସେମାନଙ୍କୁ ବିଦା କରି ଦେଇପାରିବେ ଏହିଭଳି ଏକ ବ୍ୟବସ୍ଥା ରହିଛି। ଗୃହରକ୍ଷୀ ହେବାକୁ ହେଲେ ଅନ୍ୟୁନ ତୃତୀୟ ଶ୍ରେଣୀ ଶିକ୍ଷାଗତ ଯୋଗ୍ୟତା ଦରକାର ହୋଇଥାଏ। ପ୍ରଥମେ ୩ ବର୍ଷ ପର୍ଯ୍ୟନ୍ତ ଚାକିରି ଦିଆଯାଇଥାଏ ଓ ପରେ ତାହାକୁ ବୃଦ୍ଧି କରାଯାଇଥାଏ।BGUଗୃହରକ୍ଷୀମାନେ ପୋଲିସ କର୍ମଚାରୀଙ୍କ ଭଳି ନିୟମିତ ଦରମା ପାଆନ୍ତି ନାହିଁ। ଯେତେଦିନ କାମ କରନ୍ତି ସେମାନଙ୍କୁ ସେତେ ଦିନର ମଜୁରି ମିଳିଥାଏ। ଗୃହରକ୍ଷୀମାନଙ୍କୁ ଦୈନିକ ୩୦୦ ଟଙ୍କା ମିଳିଥାଏ। ଏହାଛଡ଼ା କୌଣସି ଛୁଟି, ଭତ୍ତା କିମ୍ବା ଅବସର କାଳୀନ ସୁବିଧା ମିଳେନାହିଁ।

ଖବର ମିଳିଛି ଯେ ହୋମଗାର୍ଡ ପଦକୁ ଉଚ୍ଛେଦ କରି ତାଙ୍କ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସିଭିଲ ପୋଲିସିଂକୁ ସୁଦୃଢ଼ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଥିବା ଗୃହ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଶୁଣାଯାଉଛି ତିନି ଜଣ ହୋମଗାର୍ଡଙ୍କ ସ୍ଥାନରେ ଜଣେ କନଷ୍ଟେବଳଙ୍କୁ ନିଯୁକ୍ତି ଦିଆଯିବ।କିନ୍ତୁ ଗୃହରକ୍ଷୀ ସଂଘ ପକ୍ଷରୁ କୁହାଯାଇଛି ଯେ ସେମାନଙ୍କ ନିଯୁକ୍ତି ସମ୍ପର୍କିତ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ପଦ ଉଚ୍ଛେଦ ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଗତ ମାସରେ ହିଁ ଏହି ମାମଲାର ଶୁଣାଣି ହୋଇଥିଲା ଓ ଦୈନିକ ୩୦୦ ଟଙ୍କା ସ୍ଥାନରେ ୫୩୩ ଟଙ୍କା ପାରିଶ୍ରମିକ ଦେବା ପାଇଁ କୋର୍ଟ କହିଥିଲେ ବୋଲି କହିଛନ୍ତି ସଂଘର ଜଣେ କର୍ମକର୍ତ୍ତା  ପ୍ରଶାନ୍ତ ମହାନ୍ତି।

The post ନିଯୁକ୍ତି ବନ୍ଦ – ଗୃହରକ୍ଷୀଙ୍କ ଭବିଷ୍ୟତ ଅନ୍ଧାର appeared first on OdishaLIVE.


Viewing all articles
Browse latest Browse all 11715