ଓଡିଶାଲାଇଭ୍ ବ୍ୟୁରୋ![]()
ସମ୍ବଲପୁର ଓ ବୁର୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟକୁ ଆଉ ସପ୍ତାହେ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଏନେଇ ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ବିଶ୍ଵବିଦ୍ୟାଳୟକୁ ଜୁଲାଇ ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ସମୟରେ ବିଶ୍ଵବିଦ୍ୟାଳୟ ଅଫିସ୍ ଏବଂ ପିଜି ବିଭାଗ ବନ୍ଦ ରହିବ ବୋଲି ସୂଚନା ମିଳିଛି।
ଏ ବାବଦରେ ପରବର୍ତ୍ତୀ ନିଷ୍ପତ୍ତି ବିଶ୍ଵବିଦ୍ୟାଳୟ ଓ୍ଵେବସାଇଟରେ ପ୍ରକାଶ ପାଇବ। ତେବେ କର୍ମଚାରୀମାନେ ସବୁ ସମୟରେ ମୋବାଇଲ ଅନ୍ ରଖିବା ସହ ଜରୁରୀ ସୂଚନା ବା କଲ୍ ପାଇଁ ପ୍ରସ୍ତୁତ ରହିବେ। ଯେଉଁ କର୍ମଚାରୀମାନେ ଅଫିସ୍ ଆସୁନାହାନ୍ତି ସେମାନେ ଘରେ ରହି କାମ କରିବେ। ଏଥିସହ ସମସ୍ତ କର୍ମଚାରୀ ମୁଖ୍ୟାଳୟରେ ରହିବେ। ଏହି ନିୟମକୁ ଅବମାନନା କଲେ ତାହାକୁ ଗମ୍ଭୀରତାର ସହ ଗ୍ରହଣ କରାଯିବ ବୋଲି ବିଶ୍ଵବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଗତ ଜୁଲାଇ ୬ ତାରିଖରେ କୁଳପତି ପ୍ରଫେସର ଦୀପକ ବେହେରା ବିଶ୍ଵବିଦ୍ୟାଳୟକୁ ଜୁଲାଇ ୧୩ ତାରିଖ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରିଥିଲେ।
ସମ୍ବଲପୁରରେ ବର୍ତ୍ତମାନ ସୁଦ୍ଧା ୧୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
The post ଜୁଲାଇ ୨୦ ଯାଏଁ ସମ୍ବଲପୁର ବିଶ୍ଵବିଦ୍ୟାଳୟ ବନ୍ଦ appeared first on OdishaLIVE.