ଓଡ଼ିଶାଲାଇଭ୍ ବ୍ୟୁରୋ
ସମଗ୍ର ବିଶ୍ୱ ଏବେ କରୋନା ସହ ଲଢ଼ୁଛି। ଶହ ଶହ ବୈଜ୍ଞାନିକ ଏବଂ ବିଶେଷଜ୍ଞ କରୋନା ଟିକା ଖୋଜିବାରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଆଶା କରାଯାଉଥିବା ସଫଳତା ହାସଲ କରାଯାଇ ନାହିଁ। ଏହାରି ମଧ୍ୟରେ ୠଷ ସେଚିନୋଭ୍ ବିଶ୍ୱବିଦ୍ୟାଳୟ କରୋନା ଟିକାର ସଫଳ ପରୀକ୍ଷଣ କରିଥିବା ଦାବି କରିଛି।
କରୋନା ଟିକାର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଛି ବୋଲି ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି।
ରିପୋର୍ଟ ଅନୁସାରେ ଜୁନ୍ ୧୮ରେ ରେ ବିଶ୍ୱବିଦ୍ୟାଳୟ ୠଷର ଗାମାଲେ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡେମୋଲୋଜି ଏବଂ ମାଇକ୍ରୋବିଓଲୋଜି ଦ୍ୱାରା ନିର୍ମିତ ଏକ ଟିକା ପରୀକ୍ଷା କରିବା ଆରମ୍ଭ କରିଥିଲା। ଆଗ୍ରହ ପ୍ରକାଶ କରିଥିବା ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହି ଟିକାର ପ୍ରୟୋଗ କରାଯାଇଥିଲା।
ପ୍ରଥମ ପର୍ଯ୍ୟାୟରେ ଟିକା ପ୍ରୟୋଗ କରାଯାଇଥିବା ବ୍ୟକ୍ତି ଆସନ୍ତା ୧୫ ତାରିଖ ସୁଦ୍ଧା ହସ୍ପିଟାଲରୁ ଡିସଚାର୍ଜ ହେବେ। ଜୁଲାଇ ୨୦ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ। ଯଦି ୠଷର ଏହି ଦାବି ସତ ହୁଏ ତେବେ କରୋନା ଟୀକା ବାହାର କରିବାରେ ୠଷ ପ୍ରଥମ ଦେଶ ହେବ।
The post କରୋନା ଟିକାର ସଫଳ ପରୀକ୍ଷଣ କରିଥିବା ଦାବି କଲା ୠଷ appeared first on OdishaLIVE.