ଓଡ଼ିଶାଲାଇଭ୍ ବ୍ୟୁରୋ![corona-3]()
କରୋନା ସଂକ୍ରମଣ କ୍ଷେତ୍ରରେ ଗଞ୍ଜାମ ଏବେ ସବା ଉପରେ। ଦିନକୁ ଦିନ ଏହା କାୟା ବିସ୍ତାର କରି ଚାଲିଛି ଯାହାକି ଓଡ଼ିଶା ସରକାର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି। ପଜିଟିଭ କେସ ଓ ମୃତ୍ୟୁ ହାର ଗଞ୍ଜାମ ଜିଲ୍ଲାରେ ବୃଦ୍ଧି ପାଇବା ପଛରେ ଗୋଟିଏ ବଡ଼ କାରଣ ହେଉଛି ପ୍ରବାସୀ ଶ୍ରମିକଙ୍କ ଆଗମନ। ରାଜ୍ୟର ବାକି ୨୯ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଯେତେ ଏକା ଗଞ୍ଜାମ ଜିଲ୍ଲାରେ ତାହା ଢ଼େର ବେଶୀ।
ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଗୋଟିଏ ସମୟରେ ଏଡ୍ସ କ୍ଷେତ୍ରରେ ବି ଗଞ୍ଜାମ ରେକର୍ଡ କରିଥିଲା। ୨୦୦୫ରୁ ୨୦୧୦ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଏଚଆଇଭି ସଂକ୍ରମଣ ହୁହୁ ବୃଦ୍ଧି ପାଇଥିଲା।
ସ୍ୱାସ୍ଥ୍ୟ ଶିକ୍ଷା ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ସୋନା ମାଳିବାଗଙ୍କ ମତରେ ସେତେବେଳେ ଗଞ୍ଜାମର ଯେମିତି ଏଚଆଇଭି ପ୍ରବଣ ଥିଲା ଠିକ ସେହିଭଳି ଏବେ ଏହି ଜିଲ୍ଲା କୋଭିଡ଼ ପ୍ରବଣ ହୋଇଛି। ପ୍ରବାସୀ ଶ୍ରମିକମାନେ ମୌଳିକ ସ୍ୱାସ୍ଥ୍ୟ ଓ ସୁରକ୍ଷା ନେଇ ଯତ୍ନବାନ ନହେଉଥିବା କାରଣରୁ ଏଠି ବିଭିନ୍ନ ପ୍ରକାର ସଂକ୍ରମଣ ବଢୁଛି ବୋଲି ସେ କହିଛନ୍ତି।
ବିଗତ ତିନି ମାସ ମଧ୍ୟରେ ଓଡ଼ିଶାକୁ ଯେତେ ଶ୍ରମିକ ବାହାର ରାଜ୍ୟରୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ଅଧା ଅଧି ହେଉଛନ୍ତି ଗଞ୍ଜମା ଜିଲ୍ଲାର।ଏମାନଙ୍କ ସଂଖ୍ୟା ପ୍ରାୟ ୩ ଲକ୍ଷ। ଏହି ତିନି ଲକ୍ଷ ଲୋକଙ୍କ ଭିତରୁ ଅଧିକାଂଶ ଆସିଛନ୍ତି ସୁରତରୁ। ତା’ ଛଡ଼ା ଅଧିକାଂଶ ସୁରତ ଫେରନ୍ତା କୋଭିଡ ସଂକ୍ରାନ୍ତଙ୍କଠାରେ ଡାଏବେଟିସ, ହାଇ ବ୍ଲଡ଼ପ୍ରେସର ଓ ସିଓପିଡ଼ି ଆଦି ପୁରୁଣା ରୋଗ ଥିବାରୁ ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ୁଥିବା କୁହାଯାଉଛି।
The post କରୋନା ଭଳି ଏଡ୍ସରେ ବି ସାଙ୍ଘାତିକ ହୋଇଥିଲା ଗଞ୍ଜାମ ସ୍ଥିତି appeared first on OdishaLIVE.